ଓଡ଼ିଶାକୁ ସାତ ଦିନ ବିଳମ୍ୱରେ ଆସିବ ମୌସୁମୀ

ନୂଆଦିଲ୍ଲୀ: ଦେଶରେ ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଜୁନରୁ ସେପ୍ଟେମ୍ବର ଯାଏ ମୌସୁମୀ ସକ୍ରିୟ ରହିବ ଓ  ବର୍ଷା ସ୍ୱାଭାବିକ ହେବ। ହେଲେ ଓଡ଼ିଶାକୁ ସାତ ଦିନ ବିଳମ୍ୱରେ ଆସିବ ମୌସୁମୀ। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୧୩ରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିବାବେଳେ ଚଳିତ ବର୍ଷ ବର୍ଷାର ପରିମାଣ ୯୬%ରୁ ୧୦୪% ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ କହିଛି।

ପ୍ରେସମିଟରେ ବିଭାଗୀୟ ସଚିବ ମାଧବନ ରାଜୀବନ କହିଛନ୍ତି, ଓଡ଼ିଶାକୁ ନିର୍ଦ୍ଧାରିତ ଦିନଠାରୁ ପ୍ରାୟ ୭  ଦିନ ବିଳମ୍ବରେ ଆସିବ ମୌସୁମୀ। ପୂର୍ବ ନିର୍ଦ୍ଧାରତ ଜୁନ ୧ରେ କେରଳ ଉପକୂଳ ଛୁଇଁବ ମୌସୁମୀ। ହେଲେ ଓଡ଼ିଶାରେ ଜୁନ୍ ୧୩ ସୁଦ୍ଧା ପହଞ୍ଚିବାର ସମ୍ଭାବନା ରହିଛି।

ସେହିପରି ଉତ୍ତର ଭାରତକୁ ସାମାନ୍ୟ ବିଳମ୍ବରେ ମୌସୁମୀ ଆସିବ ବୋଲି ଜଣାପଡ଼ିଛି।  ଓଡ଼ିଶା ସମେତ ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଏବଂ ଉତ୍ତରପ୍ରଦେଶର କିଛି ଅଂଚଳରେ ମୌସୁମୀ ୩ରୁ ୭ ଦିନ ବିଳମ୍ବ ହୋଇପାରେ । ସେହିପରି ଉତ୍ତରପଶ୍ଚିମ ଭାରତରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବ ମୌସୁମୀ । ପୂର୍ବରୁ ୧୫ ଜୁଲାଇରେ ମୌସୁମୀ ଆଗମନ ନେଇ ପୂର୍ବାନୁମାନ କରାଯାଇଥିବାବେଳେ ଏଥର ସପ୍ତାହକ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୮ରେ ଉତ୍ତର-ପୂର୍ବାଞ୍ଚଳ ଛୁଇଁବ  ସେ କହିଛନ୍ତି

 

You might also like