• translate
Chandan Shishu

ଭୁବନେଶ୍ୱର: ଆଗାମୀ ୨ ଦିନରେ ଓଡ଼ିଶାର କେତେକ ଅଞ୍ଚଳରୁ ବିଦାୟ ନେବ ମୌସୁମୀ। ତାର ଆଉ ୨ ଦିନ ପରେ ସାରା ଓଡ଼ିଶାରୁ ମୌସୁମୀ ଫେରିଯିବ। ମୌସୁମୀ ପ୍ରତ୍ୟାଗମନ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଉପକୂଳ ଓଡ଼ିଶା ସମେତ ୬ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳରେ ବର୍ଷା ହେବାର ସମ୍ଭାବନା ରହିଛି।

୨୮ ଯାଏଁ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ଓ ୨୮ ପରେ ପାଗ ଶୁଖିଲା ହେବା ନେଇ ପାଣିପାଗ ବିଭାଗ କହିଛି।

ଅପରପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌(ଅବପାତ) ପଶ୍ଚିମବଙ୍ଗ-ବାଂଲାଦେଶ ଅଭିମୁଖେ ଗତି କରୁଛି। ପାଣିପାଗ ବିଭାଗର ଲାଟେଷ୍ଟ୍‌ ବୁଲେଟିନ୍‌ ଅନୁସାରେ, ଏହି ଡିପ୍ରେସନ୍‌ ପାରାଦୀପଠୁ ପୂର୍ବ ଉତ୍ତର ପୂର୍ବଦିଗରୁ ୨ ଶହ କିଲୋମିଟରରେ ଦୂରରେ ରହିଛି।

ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜ ଠାରୁ ଦକ୍ଷିଣପୂର୍ବ ଦିଗରେ ୬୦ କିମି ଦୂରରେ ଏବଂ ବାଂଲାଦେଶର ଖେପୁପାରା ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୨୧୦ କି.ମି. ଦୂରରେ ସକ୍ରିୟ ରହିଛି।

Other Stories