ଜୁନ ୪ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର :  ଜୁନ ୪ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌। ଏହାପୂର୍ବରୁ ମୌସୁମୀ ମେ ୨୨ ସୁଦ୍ଧା ଆଣ୍ଡାମାନ ଛୁଇଁବା ନେଇ ମଧ୍ୟ ସଂସ୍ଥା ଆକଳନ କରିଛି।

ତେବେ କେରଳ ଛୁଇଁବାର ୧ରୁ ୨ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ତାସହ ଏଥର ସ୍ୱାଭାବିକ ଠାରୁ କମ୍‌ ମୌସୁମୀ ବର୍ଷା ହେବ ବୋଲି ସ୍କାଏମେଟ୍‌ ପୂର୍ବାନୁମାନ କରିଛି। ସେପଟେ ରାଜ୍ୟରେ ଅସହ୍ୟ ଗରମ ଜାରି ରହିଛି। ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୨.୫ ଡିଗ୍ରୀ ସହ ତାଳଚେର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି।

ଆହୁରି ପଢ଼ନ୍ତୁ

You might also like