ଦୁଷ୍କର୍ମ ମାମଲାରେ ନାବାଳକକୁ ଧରିଲା ପୋଲିସ

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ଜଣେ ନାବାଳକକୁ ଧରିଛି। ପୂର୍ବରୁ ଏହି ମାମଲାରେ ଶରଧାପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସୁଶାନ୍ତ କୁମାର ସାହୁ, ସଂପୃକ୍ତ ନାବାଳକର ଦାଦା ଓ ସଂପର୍କୀୟ ଭାଇକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାସହ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ନରସିଂହପୁର ଥାନା ଏସ୍ଆଇ ରବୀନ୍ଦ୍ର ନାୟକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

ସୂଚନାଥାଉ କି, ନରସିଂହପୁରର ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅଭିଯୁକ୍ତମାନେ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ସହ ଗର୍ଭ ନଷ୍ଟ କରିବାକୁ ମେଡିସିନ୍ ଦେଇଥିବା ଅଭିଯୋଗ ହୋଇଥିଲା । ମାସକ ପରେ ନାବାଳିକାଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ସିଡବ୍ଲୁସି ପକ୍ଷରୁ ନରସିଂହପୁର ଥାନାରେ ଅଭିଯୋଗ ହୋଇଥିଲା।

 

 

You might also like