ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳଙ୍କ କ୍ଷମତା, ପ୍ରବାସୀ ଓଡ଼ିଆ କ୍ୱାରେଣ୍ଟାଇନ୍‌ରେ ରହିଲେ ମିଳିବ ଟଙ୍କା

ଭୁବନେଶ୍ୱର:  ଗାଁ କରୋନା ସ୍ଥିତିକୁ ତଦାରଖ କରିବା ପାଇଁ ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳଙ୍କ କ୍ଷମତା। ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ। ସେମାନଙ୍କ ପରିବାର ଓ ବନ୍ଧୁମାନେ ପଞ୍ଚାୟତରେ ରେଜିଷ୍ଟ୍ରେସନ୍ କରିବେ।

ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯିବ। କ୍ୱାରେଣ୍ଟାଇନ୍ ଅବଧି ସରିଲେ ୨ ହଜାର ଟଙ୍କା ସହାୟତା ମିଳିବ। ଠିକରେ କାର୍ଯ୍ୟକାରୀ କରିବାକୁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି।

ସଂପୃକ୍ତ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ଜୀବନ ସ୍ୱାଭାବିକ ହୋଇନି। କଟକଣା ଉଠିଲେ କେନ୍ଦ୍ର ଓ ଅନ୍ୟ ରାଜ୍ୟ ସରକାରଙ୍କ ସହ କଥା ହେବୁ । ଆମ ଲୋକମାନେ କିପରି ସୁବିଧାରେ ଫେରିବେ ବ୍ୟବସ୍ଥା କରାଯିବ। ଏଥିପାଇଁ ଆମେ ଟେକ୍ନୋଲଜିର ସୁବିଧା ନେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମସ୍ୟା ବହୁତ ବଡ଼, ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ। ପଞ୍ଚାୟତ, ପୌରାଞ୍ଚଳକୁ ସାଥିରେ ନେଇ କାମ କରିବାକୁ ହେବ। ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେସନ୍ ସୁବିଧା କରାଯିବ ବୋଲି ସେ କହିଛନ୍ତି।

You might also like