ଉପଭୋକ୍ତାଙ୍କ ଅଜାଣତରେ ଆକାଉଣ୍ଟରୁ ଟଙ୍କା ଗାଏବ

ଜୟପୁର( ଟି.ଗୌରୀଶଙ୍କର) : ଉପଭୋକ୍ତାଙ୍କ ଅଜାଣତରେ ଆକାଉଣ୍ଟରୁ ଗାଏବ ହୋଇଯାଇଛି ପ୍ରାୟ ୭୦ ହଜାର ଟଙ୍କା। ପୁଣି ଅନଲାଇନ୍ କାରବାରରେ। ଏଭଳି ଘଟଣା ଘଟିଛି ଜୟପୁର ସ୍ଥିତ ବ୍ୟାଙ୍କ ଅଫ୍ ବରୋଦାର ଜଣେ ଗ୍ରାହକଙ୍କ କ୍ଷେତ୍ରରେ।

ସ୍ଥାନୀୟ ମାଦଳା ସାହିର ଶୁକ୍ରି ସାଆନ୍ତାଙ୍କ ଖାତାରେ ଚଳିତ ଜୁନ୍ ୧୪ ତାରିଖ ସୁଦ୍ଧା ୬୨ ହଜାର ୨ଶହ ୨୬ ଟଙ୍କା ଥିବା ବେଳେ ସେଥିରୁ କେହି ହ୍ୟାକର ଅନଲାଇନ୍ କାରବାର କରି ସମସ୍ତ ଟଙ୍କା ଗାଏବ କରି ଦେଇଛି। ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଶୁକ୍ରି ଯାଇଥିବା ବେଳେ ପାସ୍ ବୁକ୍ ଅପଡେଟ୍ କରିବାରୁ ଏହି ଠକାମୀ ବିଷୟରେ ସେ ଜାଣିପାରିଥିଲେ।

ସମାନ ଢଙ୍ଗରେ ଶୁକ୍ରିଙ୍କର ପୁଅ ନାଁରେ ଥିବା ଆଉ ଏକ ଖାତାରୁ ୭ ହଜାର ଟଙ୍କା ଖାଲି ହୋଇଯାଇଥିବା ଶୁକ୍ରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବ୍ୟାଙ୍କ ନିକଟରେ ସୁଚନା ଥିଲେବି ଲିଖିତ ଅଭିଯୋଗ ନଥିବାରୁ କୌଣସି ପଦକ୍ଷେପ ବ୍ୟାଙ୍କ ନେଇ ପାରିନଥିବା କହିଛନ୍ତି ଜୟପୁର ଶାଖା ପରିଚାଳକ।

You might also like