ଭୋଟରଙ୍କୁ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ

ବଲାଙ୍ଗିର : ସୋନପୁରରେ ଭୋଟରଙ୍କୁ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ ହୋଇଛି। ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତରଭା ବ୍ଲକ ସର୍ଗତ ପଞ୍ଚାୟତ ଜୁରାବନ୍ଦ ଗାଁରେ ଆଜି ବିଜେଡି ପକ୍ଷରୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ହୋଇଛି। ସେଠାରେ ଭୋଟର ଲିଷ୍ଟ ଥିବା ଦେଖିବାକୁ ମିଳିଥିଲା।

ଏହି ଭିଡିଓରେ ବିଜେଡିର ସକ୍ରିୟ କର୍ମୀ ମାନଭଞ୍ଜନ ମିଶ୍ରଙ୍କୁ ଦେଖିବାକୁ ମିଳିଛି। ତେବେ ଭୋଟରଙ୍କୁ ଟଙ୍କା ବଣ୍ଟା ଅଭିଯୋଗକୁ ସେ ଅସ୍ୱୀକାର କରିଥିଲେ।

You might also like