• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: କରୋନାରେ ମୃତ୍ୟୁ ପରେ ମୃତକଙ୍କ ବ୍ୟବହାର ଜିନିଷ ଫେରି ପାଉନାହାନ୍ତି ସମ୍ପର୍କୀୟ। କୋଭିଡ ଡାକ୍ତରଖାନା ମାନଙ୍କରେ ଡ୍ୟୁଟିରେ ଥିବା ଷ୍ଟାଫ୍‌ମାନେ ମୃତକଙ୍କ ସାମଗ୍ରୀକୁ ଚୋରି କରି ନେଉଛନ୍ତି। ମ୍ୟାନେଜମେଣ୍ଟ ଦାୟିତ୍ଵରେ ଥିବା କର୍ମଚାରୀମାନେ ମଧ୍ୟ ଏ ସମ୍ପର୍କରେ ତଥ୍ୟ କିମ୍ବା ଖବର ରଖୁନାହାନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ।

ବାରିପଦା ସହର ୨୬ନଂ ୱାର୍ଡ ମୁର୍ଗାବାଡି ଅଞ୍ଚଳର ନନ୍ଦ କିଶୋର ଦୀକ୍ଷିତ ଏପରି ଅଭିଯୋଗ ଆଣିଛନ୍ତି। ତାଙ୍କ ବାପା ବିଭୂତି ଭୂଷଣ ଦୀକ୍ଷିତ ଜଣେ ଅବସରପ୍ରାପ୍ତ ଅବକାରୀ ବିଭାଗର କନେଷ୍ଟବଳ। ଗତ ମାସ ୧୭ ତାରିଖରେ ସେ କରୋନାରେ ଆକ୍ରାନ୍ତ ହେବାପରେ ବାରିପଦା କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

୧୮ ତାରିଖରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅବନ୍ନତି ହେବାରୁ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ସତ୍ୟନଗର ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା।

ମୃତ୍ୟୁ ବେଳେ ବାପା ବିଭୂତି ଭୂଷଣଙ୍କ ପାଖରେ ତାଙ୍କ ମୋବାଇଲ ଓ ପର୍ସରେ ୮ ରୁ ୧୦ ହଜାର ଟଙ୍କା ଏବଂ ହାତରେ ୨ଟି ସୁନା ଓ ରୂପାର ମୁଦି ଥିଲା। ତେବେ ଏହିସବୁ ଜିନିଷ ପୁଅକୁ ଫେରାଇ ଦିଆଯିବ ବୋଲି ଡାକ୍ତରଖାନାର ହେଲ୍ପଡେସ୍କରୁ ଜଣାଇଥିଲେ। ତେବେ ସେପ୍ଟେମ୍ବର ମାସ ୨୦ରୁ ଆଜିକୁ ୨୦ ଦିନ ହେଲାଣି  ହସ୍ପିଟାଲକୁ ବାରମ୍ବାର ଯୋଗାଯୋଗ କରିବା ପରେ ମଧ୍ୟ ସେସବୁ ସାମଗ୍ରୀ ମିଳୁନାହିଁ ।

ଏହା ଭିତରେ ପୁଅ ୩ ଥର ବାରିପଦାରୁ ଭୁବନେଶ୍ୱର ଯାଇ ଫେରିଲେଣି କିନ୍ତୁ ବାପାଙ୍କ ଶେଷ ନିଶାନି ମିଳିପାରୁନଥିବାର ଅଭିଯୋଗ କରିଛନ୍ତି ନନ୍ଦ କିଶୋର। ଶେଷରେ ବାଧ୍ୟ ହୋଇ ସେ ଥାନାର ଆଶ୍ରୟ ନେବେ ବୋଲି ଜଣାଇଛନ୍ତି।

 

Money-and-jwellary-lost-after-death-of-corona-patient
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories