• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆକାଶ ମାର୍ଗରୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ। ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି।

ଭୁବନେଶ୍ୱର ଡିସିପି ଏନେଇ ଏୟାରପୋର୍ଟରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହାପୂର୍ବରୁ ଡିଜି ଇଣ୍ଟେଲିଜେନ୍ସ ସତ୍ୟଜିତ ମହାନ୍ତି, ଏଡିଜି-ହେଡକ୍ୱାର୍ଟର ସୌମେଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ଏବଂ ଡିସିପି ପ୍ରମୁଖ ଆଜି ଭୁବନେଶ୍ୱର ବିମାନବନ୍ଦର ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।

ତେବେ ଅମ୍ପନ ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱସନା ଦେଇଛନ୍ତି। ରାଜ୍ୟବାସୀ ଯେପରି ଭାବେ ସାହସର ସହ ବାତ୍ୟାର ମୁକାବିଲା କଲେ, ସେଲାଗି ଓଡ଼ିଶାବାସୀଙ୍କୁ ମୋଦି ସାଧୁବାଦ ଜଣାଇଛନ୍ତି। ଏହାସହ ଏଭଳି ପ୍ରାକୃତିକ ବିପତ୍ତି ବେଳେ ସେ ରାଜ୍ୟବାସୀଙ୍କ ଭାବାବେଗକୁ ସେ ସମର୍ଥନ କରିଛନ୍ତି।

ପରିସ୍ଥିତିକୁ ସ୍ୱାଭାବିକ କରିବା ଲାଗି ସରକାରୀ ଅଧିକାରୀ ଓ କର୍ମଚାରୀ ଗ୍ରାଉଣ୍ଡରେ ଅନବରତ କାମ କରିବା ସହ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ତେବେ ଯଥାଶୀଘ୍ର ସବୁକିଛି ସ୍ୱାଭାବିକ ହୋଇଯାଉ ବୋଲି ମୋଦି ପ୍ରାର୍ଥନା କରିଛନ୍ତି।

Modi-visits-odisha-and-review-affected-area
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories