ପାଇକ ବିଦ୍ରୋହ ସ୍ମୃତିରେ ସ୍ୱତନ୍ତ୍ର ଡାକ ଟିକେଟ ଓ ମୁଦ୍ରା ଉନ୍ମୋଚନ କଲେ ମୋଦି

ଖୋର୍ଦ୍ଧା: ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆଇଆଇଟିର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବରୁଣେଇରେ ଆୟୋଜିତ ପାକ ବିଦ୍ରୋହ ସ୍ମୃତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକୀ ଡାକ ଟିକେଟ୍‌ ଓ ମୁଦ୍ରା ଉନ୍ମୋଚନ କରିଥିଲେ।

ନାଇଜର ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ମୋଦି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ୩ ମାସ ମଧ୍ୟରେ ଓଡ଼ିଶାକୁ ଦୁଇ ଥର ଆସିବାକୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା କହିଥିଲେ। ଏହାସହ ପୁଣ୍ୟଭୂମି ଓଡ଼ିଶାରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସହ ରାଜ୍ୟବାସୀଙ୍କ ସ୍ନେହ ମିଳିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଥିଲେ। ବୀରତ୍ୱର ମାଟି ଖୋର୍ଦ୍ଧାର ବରୁଣେଇ ଆସି ଗର୍ବିତ ଅନୁଭବ କରୁଥିବା ମୋଦି କହିଥିଲେ।

ସେ କହିଥିଲେ ଯେଉଁ ଇତିହାସକୁ ଭୁଲାଇ ଦିଆଯାଉଥିଲା, ତାକୁ ଆମେ ଦେଶର ନୂଆ ପିଢ଼ିଙ୍କ ଆଗରେ ରଖୁଛୁ। ପାଇକ କ୍ରାନ୍ତିର ନାୟକ ବକ୍ସି ଜଗବନ୍ଧୁଙ୍କ ନାଁରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଚେୟାର ଆରମ୍ଭ ହୋଇଛି। ନିଜର ଗୌରବପୂର୍ଣ୍ଣ ଇତିହାସକୁ ଏକାଠି କରିବାର ପ୍ରୟାସ ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଧନ୍ୟବାଦ ଦେଉଛି। ଏହାସହ ସେ ଓଡ଼ିଶା ମାଟିର ବୀର ସନ୍ତାନମାନଙ୍କୁ ପ୍ରଣାମ ଜଣାଇଥିଲେ।

You might also like