ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ମୋଦି

ନୂଆଦିଲ୍ଲୀ: କରୋନା ବିପତ୍ତି ଭିତରେ ବି ଦେଶରେ ବଢ଼ି ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ବିଶେଷ କରି ଅଣ-ବିଜେପି ଶାସିତ ରାଜ୍ୟ ମାନଙ୍କରେ ଏହି ଗ୍ରାଫ୍ ସବୁଠୁ ଉଚ୍ଚରେ । ତାଲିକାର ଶୀର୍ଷରେ ରହିଛି ଓଡ଼ିଶା ।

ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ କଳାପରେ କେତେ ସନ୍ତୁଷ୍ଟ ଅଛନ୍ତି ଭାରତୀୟ ? ଜାଣିବାକୁ IANS-C VOTER ସଂସ୍ଥା ପକ୍ଷରୁ ନିକଟରେ ଦେଶବ୍ୟାପୀ ଏକ ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ  ପ୍ରାୟ ୬୫.୬୯ ପ୍ରତିଶତ ଭାରତୀୟ ମୋଦିଙ୍କ ଉପରେ ସନ୍ତୁଷ୍ଟ ଥିବା ଦର୍ଶାଇଛନ୍ତି ।

ତେବେ ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ସବୁଠାରୁ ଅଧିକ।  ଏଠି ପ୍ରାୟ ୯୫.୬ ପ୍ରତିଶତ ଲୋକ ମୋଦିଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଛନ୍ତି । ଯାହାଙ୍କ ମଧ୍ୟରୁ ୮୪.୮୭ ପ୍ରତିଶତ ଅତ୍ୟଧିକ ସନ୍ତୁଷ୍ଟ ଥିବାବେଳେ ମାତ୍ର ୨.୨ ପ୍ରତିଶତ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତାଲିକାର ଶୀର୍ଷରେ ଥିବା ଓଡ଼ିଶା ତଳକୁ ଅନ୍ୟ ୩ ଅଣବିଜେପି ଶାସିତ ରାଜ୍ୟ ହିମାଚଳ ପ୍ରଦେଶରେ ମୋଦିଙ୍କ ଲୋକପ୍ରିୟତା ୯୩.୯୫ ପ୍ରତିଶତ ଥିବାବେଳେ ଛତିଶଗଡ଼ରେ ୯୨.୭୩ ଓ ଆନ୍ଧ୍ରରେ ୮୩.୬ ପ୍ରତିଶତ ଲୋକ ମୋଦିଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି ।

ସେହିପରି ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ମମତା ଦିଦିଙ୍କ ଗଡ଼ ପଶ୍ଚିମବଙ୍ଗରେ ବି ବଢୁଛି ମୋଦିଙ୍କ ଲୋକପ୍ରିୟତାର ଗ୍ରାଫ୍। ମୋଦିଙ୍କ କାଯର୍ୟକଳାପରେ ଏଠି ୬୪.୦୬ ପ୍ରତିଶତ ଲୋକ ସନ୍ତୋଷ ପ୍ରକାଶ କରିବା ପରେ ଶାସକ ଟିଏମ୍‌ସି ତଥା ମମତା ବାନାର୍ଜୀଙ୍କ ଚିନ୍ତା ବଢିଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like