ବାରିପଦା ଅଭିଭାଷଣରେ କଂଗ୍ରେସକୁ ଟାର୍ଗେଟ୍ କଲେ ମୋଦି

ବାରିପଦା : ବାରିପଦାରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛଉ ପଡିଆରେ ଆୟୋଜିତ ସାଧାରଣ ସଭାରେ ନିଜ ଭାଷଣ ଆରମ୍ଭରୁ କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ଭାରତ ମାତା କି ଜୟ କହିଲେ ସେ ଦଳ ବିରୋଧ କରୁଛି।

ମଧ୍ୟପ୍ରଦେଶରେ ତାଙ୍କ ସରକାର ଆସୁ ଆସୁ ବନ୍ଦେ ମାତରମକୁ ହମଲା କରିଛନ୍ତି।  ଜରୁରୀ ସମୟର ସେନାନୀଙ୍କ ପେନସନ ବନ୍ଦ ଯୋଜନା କରିଛନ୍ତି। ଏପରିକି ସେମାନେ ନିଜ ମନୋରଂଜନ ପାଇଁ ସଂସଦକୁ ବ୍ୟବହାର କରୁଛନ୍ତି। ଦେଶର ସୁରକ୍ଷାକୁ ନେଇ ସେମାନେ ଖେଳ ଖେଳୁଛନ୍ତି।

ଦେଶର ଚୌକିଦାରକୁ ସେମାନେ ହଟାଇ ଦେବାକୁ ଚାହୁଁଛନ୍ତି। ଚୋରମାନେ ସର୍ବଦା ପ୍ରଥମେ ଚୌକିଦାରକୁ ହଟାଇବାକୁ ଚାହାଁନ୍ତି। ହେଲିକପ୍ଟର କିଣାକୁ ନେଇ ଏବେ କଂଗ୍ରେସ ହରଡ଼ଘଣାରେ ବୋଲି ମୋଦି କହିଛନ୍ତି।

ଦେଶ ସୁରକ୍ଷା ପାଇଁ କେନ୍ଦ୍ର ସରକାର ସର୍ବଦା ନିରନ୍ତର ବଡ଼ ଏବଂ କଡ଼ା ନିଷ୍ପତ୍ତି ନେଉଛି ବୋଲି ସେ କହିଛନ୍ତି। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଓଡ଼ିଆ ଏବଂ ସାନ୍ତାଳୀ ଭାଷାରେ ଲୋକଙ୍କୁ ସମ୍ଭାଷଣ କରିଥିଲେ। ମୟୁରଭଞ୍ଜ ମାଟିର ବରପୁତ୍ରଙ୍କୁ ସ୍ମରଣ କରିବା ସହ ସ୍ୱାଧୀନତା ସଂଗ୍ରାମରେ ଏଠାକାର ଆଦିବାସୀଙ୍କ ବଡ଼ ଭୂମିକା ଥିଲା ବୋଲି କହିଥିଲେ ମୋଦି।

ଆହୁରି ପଢ଼ନ୍ତୁ

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

You might also like