ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି।

ଗସ୍ତ ବେଳେ ମୋଦି ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗ ଦେବେ। ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ଐତିହାସିକ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶାଳ ସମାବେଶର ଆୟୋଜନ କରାଯାଉଛି। ଏଥିରେ ମୋଦି ଯୋଗ ଦେବେ।

ଏଥିପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ନେତା ସେଠାକୁ ଯାଇ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି। ମୋଦି ଏହି ଗସ୍ତ ବେଳେ ଭୁବନେଶ୍ୱର IITର ନୂଆ କ୍ୟାମ୍ପସକୁ ଲୋକାର୍ପଣ କରିବେ।

ବ୍ରହ୍ମପୁରରେ ବି ଆଇଜର କ୍ୟାମ୍ପସର ଶିଳାନ୍ୟାସ କରିବେ। ଏଥିସହ ଆଉ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି।

You might also like