ମନ କି ବାତ କାର୍ଯ୍ୟକ୍ରମରେ ତିନି ଓଡ଼ିଆଙ୍କୁ ପ୍ରଶଂସା କଲେ ମୋଦି

  • ବିଜୟ, ଅମରେଶଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
  • ବିଜୟ ୨୫ ଏକର ଜମିରେ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି
  • ବଡ଼କୋଟ ଗାଁ ବାହାରେ ୧୨ ବର୍ଷର ଉଦ୍ୟମରୁ ଜଙ୍ଗଲ ସୃଷ୍ଟି କରିଛନ୍ତି
  • ଆଜି ଏହି ଜଙ୍ଗଲ ଗାଁକୁ ବାତ୍ୟାରୁ ସୁରକ୍ଷା ଦେଉଥିବା କହିଲେ ପ୍ରଧାନମନ୍ତ୍ରୀ
  • ପାରାଦୀପର ଯନ୍ତ୍ରୀ ଅମରେଶ ସାମନ୍ତ ମଧ୍ୟ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରିଛନ୍ତି
  • ସେହିପରି ଟିକାକରଣକୁ ନେଇ ସମସ୍ତଙ୍କ ଉତ୍ସାହ ବିଷୟରେ ଚିଠି ଲେଖଥିଲେ ପୁଷ୍ପା

ନୂଆଦିଲ୍ଲୀ: ଜଙ୍ଗଲ ସୃଷ୍ଟି ପାଇଁ ଓଡିଶାର ବିଜୟ କୁମାର କବି ଓ ଅମରେଶ ସାମନ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି । ବିଜୟ କେନ୍ଦ୍ରାପଡା ଜିଲ୍ଲାର ବଡକୋଟ ଗାଁରେ ୨୫ ଏକର ଜମିରେ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି । ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ କେନ୍ଦ୍ରାପଡା ବିଭିନ୍ନ ସମୟରେ ବିଶେଷ ପ୍ରଭାବିତ ହୋଇଥାଏ । ତେବେ ସେ ସୃଷ୍ଟି କରିଥିବା  ବିପର୍ଯ୍ୟୟ ସମୟରେ ସୁରକ୍ଷା କବଚ ଭାବେ କାର୍ଯ୍ୟ କରୁଛି ଏବଂ ଆଜି ଅନେକ ଗ୍ରାମକୁ ସୁରକ୍ଷା ଦେଉଛି । ବାତ୍ୟା କାଳରେ ଏହି ବଣ ପବନର ବେଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତେବେ ଏଥିପାଇଁ ସେ ୧୨ ବର୍ଷରୁ ଅଧିକ ସମୟ ଧରି ପ୍ରୟାସ କରୁଛନ୍ତି । ଏହି ଜଂଗଲ ଯୋଗୁଁ ବାତ୍ୟାରୁ ସୁରକ୍ଷା ମିଳୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ପାରାଦୀପର ଇଂଜିନିୟର ଅମରେଶ ସାମନ୍ତଙ୍କ କଥା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ। ସେ ମଧ୍ୟ ପରିବେଶ ସୁରକ୍ଷା ପାଇଁ ଛୋଟ ଛୋଟ ଜଂଗଲ ସୃଷ୍ଟି କରିଛନ୍ତି ।  ଏସବୁ ଜଂଗଲ ଏବେ ଅନେକ ଗାଁକୁ ସୁରକ୍ଷା ଦେଉଛି ବୋଲି ପ୍ରଧାନମନ୍ତ୍ରୀ ମନ କି ବାତରେ କହିଛନ୍ତି ।୧୯୯୯ ମହାବାତ୍ୟାରେ ସମୁଦ୍ର କୂଳିଆ ଗାଁ ଗୁଡ଼ିକରେ ଉଜୁଡ଼ି ଯାଇଥିବା ପରିବେଶ ତାଙ୍କୁ ଅସ୍ଥିର କରିଥିଲା। ସେଥିପାଇଁ ଉଜୁଡ଼ି ଯାଇଥିବା ସବୁଜିମାକୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଥିଲେ ଅମରେଶ। ସେ ପାରାଦୀପଗଡ଼, ବିଶ୍ୱାଳି, କୋଠି, ଲୁଣୁକୁଆ ଓ ପଡ଼ୋଶୀ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାରେ ସୃଷ୍ଟି  ୨୦ଟି ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିଛନ୍ତି। ଅମରେଶ ଖାଲି ଜଙ୍ଗଲ ସୃଷ୍ଟି କରିନାହାନ୍ତି, ବରଂ ଜଙ୍ଗଲରେ ଚଢେଇଙ୍କ ପାଇଁ ବସା ଓ ଖାଦ୍ୟ ପାନୀୟ ବ୍ୟବସ୍ଥା ମଧ୍ୟ କରିଛନ୍ତି।

ସେପଟେ ଟିକାକରଣକୁ ନେଇ ଭୁବନେଶ୍ୱରର ପୁଷ୍ପା ଶୁକ୍ଲା ଚିଠି ଲେଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଟିକାକରଣକୁ ନେଇ ଘରର ବୟସ୍କମାନଙ୍କ ମଧ୍ୟରେ ଦେଖାଯାଉଥିବା ଉତ୍ସାହକୁ ମନ କି ବାତରେ ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ ।

You might also like