‘ବିପର୍ଯ୍ୟୟ ବେଳେ ଓଡ଼ିଶା ସହ ଠିଆ ହୋଇଛନ୍ତି ମୋଦି’

ଭୁବନେଶ୍ୱର: ଓଡ଼ିଶାକୁ ବୈମାତୃକ ମନୋଭାବ କହିବାର ଯୁଗ ସରିଛି। ଓଡ଼ିଶାର ବିକାଶ ପାଇଁ ସରକାର ସବୁ ପ୍ରକାର ପ୍ରୟାସ କରିଛନ୍ତି। ବିପର୍ଯ୍ୟୟ ବେଳେ ଓଡ଼ିଶା ସହ ଠିଆ ହୋଇଛନ୍ତି ମୋଦି। ଅଗ୍ରୀମ ଟଙ୍କା ଦେବାର ପରମ୍ପରା ସୃଷ୍ଟି କରିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପିର ପ୍ରେସମିଟରେ ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରୀୟ ଟିକସ ଭାବେ ଗତବର୍ଷ ଓଡ଼ିଶାକୁ ୩୦ ହଜାର ୪୫୩ କୋଟି ମିଳିଥିଲା। ଏବର୍ଷ କେନ୍ଦ୍ରୀୟ ଟିକସ ଭାବେ ୩୬ ହଜାର ୩ଶହ କୋଟି ମିଳିଛି। ଗତବର୍ଷ ତୁଳନାରେ ଏବର୍ଷ ଅଧିକ ୬ ହଜାର କୋଟି ଟଙ୍କା ମିଳିଛି।

ରେଳ ବିକାଶ ପାଇଁ ଚଳିତ ବର୍ଷ ୫୨୯୬ କୋଟି ଟଙ୍କା ଓଡ଼ିଶାକୁ ମଂଜୁର କରାଯାଇଛି। ମୋଦି ସରକାରଙ୍କ ବିଗତ ୬ ବର୍ଷରେ ୩୧ ହଜାର ୪୪୪ କୋଟି ଟଙ୍କା ମିଳିଛି। ସୂର୍ଯ୍ୟ ମନ୍ଦିର ବିକାଶ ପାଇଁ ୨୫ କୋଟି ଦେଇଛନ୍ତି କେନ୍ଦ୍ର ସରକାର।

ପ୍ରକାଶଥାଉକି, ମୋଦିଙ୍କ ରିପୋର୍ଟ କାର୍ଡକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ରାଜ୍ୟ ବିଜେପି। ଜୁନ୍ ପହିଲାରୁ ମାସେ ଯାଏ ଓଡ଼ିଶାରେ ଡିଜିଟାଲ୍ ପ୍ଲାଟଫର୍ମରେ କାର୍ଯ୍ୟକ୍ରମ ଚାଲିବ। ଲୋକଙ୍କୁ  ମୋଦି ସରକାରଙ୍କ ପଦକ୍ଷେପ, ସଫଳତା ସମ୍ପର୍କରେ ଅବଗତ କରାଯିବ।

ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦି ଦେଇଥିବା ଚିଠି ସମ୍ପର୍କରେ ବିସ୍ତୃତ ତଥ୍ୟ ରଖାଯିବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଥିଲେ।

You might also like