ଦ୍ୱିତୀୟ ପାଳିରେ ୧୦୦ ଦିନ ପୂରଣର ହିସାବ ଦେଲେ ମୋଦି ସରକାର: ଓଡ଼ିଶାକୁ ମିଳିଛି ୧୬ ହଜାର କୋଟି

ଭୁବନେଶ୍ୱର: ୧୦୦ ଦିନ ଭିତରେ ଓଡ଼ିଶାକୁ ନରେନ୍ଦ୍ର ମୋଦି ସରକାର ଦେଇଛନ୍ତି ୧୬ ହଜାର କୋଟି ଟଙ୍କା। ମୋଦି ସରକାର ଦ୍ୱିତୀୟ ପାଳିର ୧୦୦ ଦିନର ହିସାବ ଦେଇ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଜାହାଜ ଚଳଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ। ନିଜ ସରକାରଙ୍କ ସଫଳତାର ଗାଥା ବଖାଣିବା ବେଳେ “ଆୟୁଷ୍ମାନ ଭାରତ” ଗ୍ରହଣ କରିବା ସହ ବାତ୍ୟା ପ୍ରତିରୋଧ ଭିତ୍ତିଭୂମି ନିର୍ମାଣ ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ତେବେ ବିଜେଡି କେନ୍ଦ୍ର ସଫଳତାର ହିସାବକୁ କଟାକ୍ଷ କରିଥିବା ବେଳେ କଂଗ୍ରେସ କହିଛି ବିଫଳତା ଗାଥା କହିଲେ ସରିବନି।

ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ଶହେ ଦିନର ହିସାବକୁ ନେଇ ବିଜେପି ପ୍ରସ୍ତୁତ କରିଛି ଶହେ ଛବିଶ ପୃଷ୍ଠାର ‘ଜନ କନେକ୍ଟ’ ପୁସ୍ତକ। ଭୁବନେଶ୍ୱରରେ ଏହି ବହିର ଉନ୍ମୋଚନ କରିବା ସହ ଗୋଟି ଗୋଟି କରି ନିଜ ସରକାରଙ୍କ ଉପଲବ୍ଧିର ହିସାବ ଦେଇଛନ୍ତି କେନ୍ଦ୍ର ଜାହଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ। ଧାରା ୩୭୦ର ଉଚ୍ଛେଦରୁ ଆରମ୍ଭ କରି ଟ୍ରିପଲ ତଲାକ୍, ଅର୍ଥନୈତିକ ସଂସ୍କାର, ବ୍ୟାଙ୍କ ମିଶ୍ରଣ, ପୋକ୍ସୋ ଆଇନର ସଂଶୋଧନ, ଚାଷୀଙ୍କ ଆୟ ଦୁଇଗୁଣ, ଗୋଟିଏ ରାଷ୍ଟ୍ର ଗୋଟିଏ ରାସନକାର୍ଡ, ଉଜ୍ଜ୍ୱଳା ଓ ମୋଦିଙ୍କ ବିଦେଶ ନୀତି ପର୍ଯ୍ୟନ୍ତ ଶହେରୁ ଅଧିକ ସଫଳତାର ହିସାବ ରଖିଥିଲେ ମାଣ୍ଡଭିୟେ।

ତେବେ ଓଡ଼ିଶା କଥା କହିବା ବେଳେ ସେ ନବୀନ ପଟ୍ଟନାୟକଙ୍କୁ କରିଥିଲେ ଦୁଇଟି ଅପିଲ। ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବା ସହ ବାତ୍ୟା ପ୍ରବଣ ଅଞ୍ଚଳର ଭିତ୍ତିଭୂମି ସୁଦୃଢ ପାଇଁ ଅନୁରୋଧ କରିଥିଲେ କେନ୍ଦ୍ର ମନ୍ତ୍ରୀ। ଓଡ଼ିଶା ପ୍ରତି କେନ୍ଦ୍ରର ଦାୟିତ୍ୱବୋଧର ହିସାବ ଦେଇ କହିଥିଲେ, ଶହେ ଦିନରେ ରାଜ୍ୟକୁ କେନ୍ଦ୍ର ଦେଇଛି ୧୬ ହଜରା କୋଟି ଟଙ୍କା। ଏଥିରେ ‘ଫୋନି’ ସହାୟତା ବାବଦକୁ ୪୬୦୦ କୋଟି, କାମ୍ପାରେ ୫୯୦୦ କୋଟି ଓ ରେଲୱେ ୬ ହଜାର କୋଟି ଟଙ୍କା ରହିଛି।

ନଦୀ ଜଳପଥର ବିକାଶ ପାଇଁ ମହାନଦୀକୁ ଚିହ୍ନଟ କରାଯାଇଥିବା ବେଳେ ବ୍ରାହ୍ମଣୀ ପାଇଁ ମଧ୍ୟ ଡିପିଆର ପ୍ରସ୍ତୁତ ଚାଲିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ଶହେ ଦିନ ଭିତରେ ସରକାର ସଂସଦରେ ୩୦ରୁ ଅଧିକ ବିଲ ପାରିତ ହୋଇଥିବା ବେଳେ ୫୮ଟି ପୁରୁଣା ଆଇନର ବିଲୋପ କରାଯାଇଥିବା ମାଣ୍ଡଭିୟେ କହିଛନ୍ତି। ତେବେ ଏହି ତାଲିକାକୁ କିନ୍ତୁ ଗ୍ରହଣ କରିନି କଂଗ୍ରେସ। ସବୁକ୍ଷେତ୍ରରେ ମୋଦି ବିଫଳ ହୋଇଥିବା ଦଳ ଅଭିଯୋଗ କିରିଛି। ବିଜେଡି ମଧ୍ୟ ଅର୍ଥନୈତିକ ମାନ୍ଦାବସ୍ଥାର ଉଦାହରଣ ଦେଇ ମୋଦିଙ୍କ ସଫଳତାକୁ କଟାକ୍ଷ କରିଛି।

ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି-“ଶହେ ଦିନର ସଫଳତା ବଖାଣିବାର ନୈତିକ ଅଧିକାର ବିଜେପିର ନାହିଁ। ସେମାନେ ଯେଉଁ ଜନବିରୋଧୀ କାର୍ଯ୍ୟକ୍ରମ କରିଛନ୍ତି, ତାହାର ପରିଣାମ ବର୍ତ୍ତମାନ ସାଧାରଣ ଲୋକ ଭୋଗୁଛନ୍ତି।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ଓଡ଼ିଶାରୁ ଆହୁରି ତିନିଟା ମନ୍ତ୍ରୀ କରିଦେଲେ ଓଡ଼ିଶାର ବିକାଶ ହୋଇପାରିବ ନାହିଁ। ଓଡ଼ିଶା ପାଇଁ ସେମାନେ ବର୍ତ୍ତମାନ ସୁଦ୍ଧା କିଛି କାର୍ଯ୍ୟକ୍ରମ ହାତକୁ ନେଇ ନାହାନ୍ତି।”

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like