ଲୋକଙ୍କ ପାଖରେ ପହଞ୍ଚିବ ମୋଦିଙ୍କ ରିପୋର୍ଟ କାର୍ଡ
ଭୁବନେଶ୍ୱର: ମୋଦିଙ୍କ ରିପୋର୍ଟ କାର୍ଡକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ରାଜ୍ୟ ବିଜେପି। ଜୁନ୍ ପହିଲାରୁ ମାସେ ଯାଏ ଓଡ଼ିଶାରେ ଡିଜିଟାଲ୍ ପ୍ଲାଟଫର୍ମରେ କାର୍ଯ୍ୟକ୍ରମ ଚାଲିବ। ଲୋକଙ୍କୁ ମୋଦି ସରକାରଙ୍କ ପଦକ୍ଷେପ, ସଫଳତା ସମ୍ପର୍କରେ ଅବଗତ କରାଯିବ।
ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦି ଦେଇଥିବା ଚିଠି ସମ୍ପର୍କରେ ବିସ୍ତୃତ ତଥ୍ୟ ରଖାଯିବ ବୋଲି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
ସେପଟେ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷରେ ଓଡ଼ିଶାକୁ ସହଯୋଗ ମିଳିଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସହଯୋଗ ମିଳିଛି। ହେଲେ ରାଜ୍ୟ ଯାହା ମାଗିଛି ତାହା ମିଳିନି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆଗାମୀ ଦିନରେ ଅଧିକ ଦାବି ମାଗିବୁ ବୋଲି ମନ୍ତ୍ରୀ କହିଛନ୍ତି।
ଅପରପକ୍ଷେ ବିଜେପି, ବିଜେଡିକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଗୋଟିଏ ବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ZERO ବୋଲି କହିଛନ୍ତି ସୁର।