ମୋବାଇଲ୍‌ ଦେଖୁଥିଲେ ଯୁବତୀ, ହଠାତ୍‌ ବାହାରିଲା ଧୂଆଁ…

ନୂଆପଡ଼ା: ମୋବାଇଲ୍‌ ଦେଖୁଥିବା ବେଳେ ହଠାତ୍‌ ମୋବାଇଲଟି ଗରମ ହୋଇଯାଇଥିଲା, ଏହାପରେ ଏଥିରୁ ଧୂଆଁ ବାହାରିଥିଲା। ଭୟରେ ମୋବାଇଲ୍‌କୁ ତଳେ ଫିଙ୍ଗିବା ପରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ନୂଆପଡା ଜିଲ୍ଲା ସିନାପାଲି ଗାଁ ହାଇସ୍କୁଲପଡାରେ ଏହି ଅଘଟଣ ଘଟିଛି।

ସୂଚନା ଅନୁସାରେ, ହାଇସ୍କୁଲପଡାରେ ରହୁଥିବା ଯମୁନା ମେହେର ନାମକ ଜଣେ ଯୁବତୀ ୪ ମାସ ତଳେ ଅନ୍‌ଲାଇନ୍‌ରେ ଏହି ଦାମୀ କମ୍ପାନୀର ମୋବାଇଲ୍ ଅର୍ଡର କରିଥିଲେ। ମଙ୍ଗଳବାର ଦିନ ସେ ମୋବାଇଲ୍‌ ଚଲାଉଥିବା ବେଳେ ଫୋନ୍‌ଟି ଗରମ ହୋଇଯାଇଥିଲା। ଏହାପରେ ଏଥିରୁ ଧୂଆଁ ବାହାରିଥିଲା। ଫଳରେ ଭୟଭୀତ ହୋଇ ସେ ଫୋନ୍‌ଟିକୁ ତଳେ ଫିଙ୍ଗି ଦେଇଥିଲେ, ଏହାପରେ ହଠାତ୍‌ ବିସ୍ଫୋରଣ ହୋଇଥିଲା।

ସୌଭାଗ୍ୟବଶତଃ, ଏଥିରେ ଯମୁନାଙ୍କ କୌଣସି କ୍ଷତି ଘଟିନାହିଁ। ଅଘଟଣରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

You might also like