ସ୍ୱାସ୍ଥ୍ୟ ବିଭାଗର ଭ୍ରାମ୍ୟମାଣ ଗାଡ଼ିରେ ଚାଲିଛି ତାସ୍‌ଖେଳ ; ଭିଡିଓ ଭାଇରାଲ

ମୁନିଗୁଡା: ଗାଁ ଗାଁରେ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ି ରହିଛି। ଏହି ଗାଡ଼ିରେ ଜଣେ ଡାକ୍ତର, ଫାର୍ମାସିଷ୍ଟ ଓ ସେବିକା ଗାଁ ଗାଁ ବୁଲି ସ୍ୱାସ୍ଥ୍ୟସେବା ଯୋଗାଇ ଦିଅନ୍ତି।  କିନ୍ତୁ କିଛି ଖାମଖିଆଲୀ ସରକାରୀ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଦେଖିବାକୁ ମିଳିଛି।

ସ୍ୱାସ୍ଥ୍ୟସେବା ଯୋଗାଇବା ବଦଳରେ ଭ୍ରାମ୍ୟମାଣ ଗାଡ଼ିରେ କର୍ମଚାରୀମାନେ ବସି ତାସ ଖେଳୁଥିବା ଭିଡିଓ ଏବେ ଭାଇରାଲ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ କୁରଲି ଅଞ୍ଚଳକୁ ଯାଇଥିବା ସ୍ୱାସ୍ଥ୍ୟସେବା ବିଭାଗର ଟିମ୍ ଏଭଳି ତାସ୍ ଖେଳୁଥିବା ନେଇ ଚର୍ଚ୍ଚା ହେଉଛି। ଏହି ଭିଡିଓ କେବେ ସୁଟିଂ ହୋଇଛି ତାହ ସ୍ପଷ୍ଟ ହୋଇନି।

You might also like