ପାଠ ପଢୁଥିବା ବେଳେ ଫାଟିଗଲା ମୋବାଇଲ

ପୁରୀ: ପାଠ ପଢୁଥିଲା ବେଳେ ବ୍ଲାଷ୍ଟ ହେଲା ମୋବାଇଲ। ଅନ୍‌ଲାଇନ୍‌ରେ ପାଠପଢା ଚାଲୁଥିବା ବେଳେ ମୋବାଇଲ ଫାଟି ଗଲା। ଏଥିରେ ଜଣେ ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ଅଞ୍ଚଳରେ।

ସୂଚନା ଅନୁସାରେ ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ବିଦ୍ୟାଧର ପଲାଇଙ୍କ ଝିଅ କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି। ଛାତ୍ରୀ ଜଣକ ଅନ୍‌ଲାଇନ୍‌ରେ ପାଠ ପଢୁଥିବା ବେଳେ ହତାଠ୍ ଫୋନ୍‌ଟି ଫାଟି ଯାଇଥିଲା। ମୋବାଇଲ ଫାଟିବା ପରେ ମୋବାଇଲ୍‌ଟି ଖଣ୍ଡବିଖଣ୍ଡ ହୋଇଯାଇଥିଲା। ବ୍ଳାଷ୍ଟ ପରେ ମୋବାଇଲ ପଛଭାଗରେ ଥିବା ଅଂଶଟି ଜଳୁଥିଲା। ହାତରେ ଆଘାତ ଲାଗିଥିଲେ ମଧ୍ୟ ବଡ଼ ଅଘଟଣ ବର୍ତ୍ତିଯାଇଛନ୍ତି ଛାତ୍ରୀ।

କରୋନା ସଂକ୍ରମଣ ଓ ଅନ୍‌ଲକ୍ ଯୋଗୁ ରାଜ୍ୟରେ ସ୍ଳୁଲ, କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ  ବନ୍ଦ ହୋଇଯାଇଛି। ବିକଳ୍ପରେ ସ୍କୁଲରେ ଅନଲାଇନରେ ପଢାଯାଉଛି। ମୋବାଇଲ ମାଧ୍ୟମରେ ପଢୁଛନ୍ତି ଛାତ୍ରଛାତ୍ରୀ। ଆଜି ମୋବାଇଲରେ ପାଠ କରୁଥିବା ସମୟରେ ଏଭଳି ଅଘଟଣ ଘଟିଥିଲା।

You might also like