ମୋବାଇଲ୍ ଚାର୍ଜ କରିବା ବେଳେ ଫାଟିଲା ବ୍ୟାଟେରୀ , ନାବାଳକ ଆହତ

ବରଗଡ଼  : ମୋବାଇଲ୍ ଚାର୍ଜ କରିବା ବେଳେ ବ୍ୟାଟେରୀ ଫାଟି ନାବାଳକ ଆହତ। ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ହାତୀଖୋଜା ଗାଁରେ । ଆହତ ନାବାଳକର ନାଁ ମହେଶ ପ୍ରଧାନ। ମହେଶ ସଂଧ୍ୟାରେ ନିଜ ଘରେ ମୋବାଇଲ୍ ଚାର୍ଜ କରିବାକୁ ଉଦ୍ୟମ କରିବା ସମୟରେ ହଠାତ୍ ତାହା ଫାଟିଯାଇଥିଲା। ଫଳରେ ମହେଶଙ୍କ ଡାହାଣ ହାତ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହେବା ସହ ମଝି ଅଙ୍ଗୁଳିଟି ଛିଡ଼ି ଯାଇଥିଲା । ପ୍ରଥମେ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।

You might also like