ଚିକିତ୍ସା ବେଳେ ଅଘଟଣ, ରୋଗୀର ମୋବାଇଲ ଫାଟିଗଲା

କେନ୍ଦୁଝର: ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ମୋବାଇଲ କେତେ ବିପଦ ହୋଇପାରେ, ଆପଣ ଜାଣିଛନ୍ତି କି? ଚିକିତ୍ସା ବେଳେ ବ୍ୟାଗ୍ ଭିତରେ ଥିବା ମୋବାଇଲ ଫାଟିଗଲା। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏଭଳି ଏକ ଅଘଟଣ ଘଟିଛି। କିନ୍ତୁ ଚିକିତ୍ସିତ ହେଉଥିବା ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମେଡିକାଲର ମାତୃ ଓ ଶିଶୁ ଓ୍ୱାର୍ଡରେ ଟ୍ୟୁମର ରୋଗର ଅପରେସନ ପରେ ଚିକିତ୍ସିତ ହେଉଥିବା ମନୋରମା ସାହୁଙ୍କ ମୁଣ୍ଡ ପାଖରେ ଥିବା ବ୍ୟାଗରେ ଏକ ମୋବାଇଲ ଥିଲା। ମୋବାଇଲଟି ବ୍ୟାଗରେ ଥିବା ବେଳେ ହଠାତ ଫାଟିଯାଇ ଧୂଆଁ ବାହାରିଥିଲା।

ମୋବାଇଲଟି ଫାଟି ଜଳିଗଲା ପରେ ତାଙ୍କ ଝିଅ ଲିଲିଲତା ନିକଟରେ ଥିବା ବାଥରୁମକୁ ମୋବାଇଲଟି ଫିଙ୍ଗି ଦେଇଥିଲେ। ଲିଲିଲତାଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଏହି ଦୁର୍ଘଟଣାରୁ ମନୋରମା ବଞ୍ଚିଯାଇଥିଲେ। ଏହାପରେ କିଛି ସମୟ ପାଇଁ ଓ୍ୱାର୍ଡରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

You might also like