ପରୀକ୍ଷା କେନ୍ଦ୍ରରେ ମୋବାଇଲ୍ ସଂପୂର୍ଣ୍ଣ ବ୍ୟାନ୍

ପ୍ରଶ୍ନପତ୍ର ଭାଇରାଲ୍‌କୁ ରୋକିବାକୁ ବୋର୍ଡ ସତର୍କ

କଟକ : ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନର ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ଏହାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ସତର୍କ ହୋଇଛି ବୋର୍ଡ। ଭାଇରାଲ୍ ରୋକିବା ପାଇଁ କେତେକ ପଦକ୍ଷେପ ନିଆଯାଇଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି।

ଆଗରୁ ଜାରି ହୋଇଥିବା ନିୟମର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେବା ସହିତ ମୋବାଇଲ୍‌କୁ ପୂରାପୂରି ବ୍ୟାନ୍‌ କରାଯାଇଛି। ପରୀକ୍ଷାକେନ୍ଦ୍ରକୁ କେହି ବି ମୋବାଇଲ ନେଇପାରିବେ ନାହିଁ, ଯଦି କିଏ ଏହାର ଉଲ୍ଲଂଘନ କରେ, ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।

ଏହା ସହିତ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ନିକଟରେ ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ହୋଇଛି। କୌଣସି ପରୀକ୍ଷା କେନ୍ଦ୍ରରେ ଯେପରି ବାହାର ଲୋକ ପ୍ରବେଶ କରିନପାରନ୍ତି, ସେଥିପାଇଁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି।

You might also like