ଭୁବନେଶ୍ୱର: କରୋନା ଲକ୍ଡାଉନ୍ ପାଇଁ ଲୋକେ ଘରୁ ଗୋଡ଼ କାଢି ପାରୁନାହାନ୍ତି। ଏଟିଏମ୍କୁ ଗଲେ ବି ଟଙ୍କା ନାହିଁ। ଏପରି ସ୍ଥିତିରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ମୋବାଇଲ୍ ଏଟିଏମ୍ ସେବା ଆରମ୍ଭ ହୋଇଛି।
କରୋନା ପାଇଁ ବିଏମ୍ସି ରାଜଧାନୀରେ ୫ଟି ଜାଗାକୁ ସିଲ୍ କରି ସାନିଟାଇଜ୍ କରୁଛି BMC। ତେଣୁ ଭୁବନେଶ୍ୱରର କଣ୍ଟେନମେଣ୍ଟ ଜୋନରେ ମୋବାଇଲ ଏଟିଏମ୍ ସେବା ଆରମ୍ଭ କରିଛି। ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି। ସବୁ କଣ୍ଟେନମେଣ୍ଟ ଜୋନକୁ ଏହି ଭ୍ରାମ୍ୟମାଣ ଭ୍ୟାନ୍ ଯାଇ ୧ ଘଣ୍ଟା ଧରି ଲୋକଙ୍କୁ ସେବା ଯୋଗାଇବ ବୋଲି କୁହାଯାଇଛି ।
କେଉଁ ଅଞ୍ଚଳରେ କେତେ ଘଣ୍ଟା ମୋବାଇଲ ଏଟଏମ୍ ସୁବିଧା ମିଳିବ ତାହାର ସମୟ ଧାର୍ଯ୍ୟ କରାଯାଇଛି। ସେହି ଅନୁଯାୟୀ ସୁନ୍ଦରପଦାରେ ସକାଳ ୮ରୁ ୯, ଯଦୁପୁରରେ ସକାଳ ୯.୧୫ରୁ ୧୦.୧୫, ସୂର୍ଯ୍ୟନଗରରେ ୧୦.୩୦ରୁ ୧୧.୩୦ ଏବଂ ବମିଖାଲରେ ଦିନ ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ଏହି ଏଟିଏମ୍ ଭ୍ୟାନ୍ ବୁଲିବ।