• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଏଣିକି ପ୍ରଶାସନ ପହଁଞ୍ଚିବ ଆପଣଙ୍କ ପାଖରେ। ଯେକୌଣସି ସମସ୍ୟା ହେଉ ସଙ୍ଗେ ସଙ୍ଗେ ସହଯୋଗର ହାତ ବଢ଼ାଇବ ପ୍ରଶାସନ। ସରକାରୀ କାର୍ଯ୍ୟାଳୟ ହେଉ କିମ୍ବା ବେସରକାରୀ କାମ, ସମସ୍ୟା ନେଇ ପ୍ରଶାସନ ସହ ଯୋଗଯୋଗ କଲେ ଆପଣଙ୍କୁ ସଙ୍ଗେ ସଙ୍ଗେ ସାହାଯ୍ୟ ମିଳିବ। ଏମିତି କିଛି ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି କଟକ ଜିଲ୍ଲା ପ୍ରଶାସନ। ଯାହାର ନାଁ ରଖାଯାଇଛି ‘ତୁ ମୋ ସାହାରା।’

କେବଳ ସିନିଅର ସିଟିଜେନ ନୁହଁନ୍ତି, ଯେ କୌଣସି ବ୍ୟକ୍ତି ସହଯୋଗ ପାଇଁ ପ୍ରଶାସନକୁ ଯୋଗାଯୋଗ କରିପାରିବେ। ଫୋନ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ସମସ୍ୟା ଜଣାଇଲେ ତାହା ପ୍ରଶାସନ ପାଖରେ ରେଜିଷ୍ଟ୍ରେସନ ହେବ। ଏହାପରେ ଆପଣଙ୍କୁ ଯୋଗାଯୋଗ କରାଯାଇ ସମସ୍ୟା ବୁଝି ସମାଧାନ କରାଯିବ। ଏଥିପାଇଁ ଏକ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା ସହ ସରକାରୀ ଅଫିସରଙ୍କୁ ଦାୟିତ୍ୱ ମଧ୍ୟ ଦିଆଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି।

ଏହା ପ୍ରଥମେ କଟକ ସହରରେ ଏବଂ ପରବର୍ତ୍ତୀ ସମୟରେ କଟକ ଜିଲ୍ଲାରେ କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ଚୟନୀ କହିଛନ୍ତି। ତେବେ ଏହାର କାର୍ଯ୍ୟକାରିତାକୁ ନେଇ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି।

Mo-shara-yojana-will-start-soon-for-cuttack-district
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories