୮ଟି ରୁଟ୍‌ରେ ଏଣିକି ସବୁଦିନ ଚାଲିବ ‘ମୋ ବସ୍’

ଭୁବନେଶ୍ୱର: ଅଧିକ ଡିମାଣ୍ଡ ଥିବା ୮ଟି ରୁଟ୍‌ରେ ଏଣିକି ସପ୍ତାହର ସବୁଦିନ ‘ମୋ ବସ୍’ ଚଳାଚଳ କରିବ। ଏହି ରୁଟ୍‌ ଗୁଡ଼ିକ ହେଲା- ରୁଟ୍ ନଂ ୧୧, ୧୬, ୧୮, ୨୦, ୨୩, ୨୪, ୨୫ ଓ ୩୩

ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହାସହ ଯାତ୍ରୀମାନଙ୍କୁ ଛିଡ଼ା ହୋଇ ଯିବାକୁ ମନା କରାଯାଇଛି। ଏଣିକି ଯାତ୍ରୀମାନେ ଡିଜିଟାଲ୍‌ ପେମେଣ୍ଟ୍‌ କରିବେ।

ଅନ୍ୟପକ୍ଷରେ, ଆସନ୍ତାକାଲି ଠାରୁ ୨୪ଟି ରୁଟ୍‌ରେ OSRTC ବସ୍ ଚଳାଚଳ କରିବ। CRUT ତଥା OSRTC ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଏହି ସୂଚନା ଦେଇଛନ୍ତି।

You might also like