ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ !

ଭୁବନେଶ୍ୱର: ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ। ବସ୍ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ। ଗତକାଲି ଭୁବନେଶ୍ୱର ହଂସପାଳ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ସମ୍ପୃକ୍ତ ଯାତ୍ରୀ ଜଣକ ଗତକାଲି ‘ମୋ ବସ୍‌’ରେ ଯାତ୍ରା କରୁଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଚଳନ୍ତା ଗାଡ଼ିରୁ ଉକ୍ତ ଯାତ୍ରୀଙ୍କୁ ‘ମୋ ବସ୍’ କର୍ମଚାରୀ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଯାତ୍ରୀ ଜଣକ ତଳେ ପଡ଼ିଯିବାରୁ ତାଙ୍କ ଗୋଡ଼ ଉପରେ ବସ୍ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହତ ଯାତ୍ରୀ ନିର୍ମଳେନ୍ଦୁ ପରିଡ଼ାଙ୍କ ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱର ଶ୍ରୀୟା ଟକିଜ୍‌ରୁ ହଂସପାଳ ଯିବା ପାଇଁ ମୋ ବସ୍‌ରେ ଉଠିଥିବା ଜଣେ ଯାତ୍ରୀଙ୍କର ଟିକେଟ୍ ମାଷ୍ଟରକ୍ୟାଣ୍ଟିନ୍‌ରୁ କଟା ଯିବାକୁ ନେଇ ଯାତ୍ରୀ ଜଣଙ୍କ ଆପତ୍ତି କରିଥିଲେ। ଏହାକୁ ନେଇ ବସ୍ କଣ୍ଡକ୍ଟରଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ବଚସା ପରେ କଣ୍ଡକ୍ଟର ତାଙ୍କୁ ବସ୍‌ରୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ନିର୍ମଳେନ୍ଦୁ। ତେବେ ଏନେଇ ପ୍ରେସ୍ ରିଲିଜ୍ ଜାରି କରି ପ୍ରତିକ୍ରିୟା ରଖିଛି ମୋ ବସ୍ ପରିଚାଳନା ଦାୟିତ୍ୱରେ ଥିବା CRUT ସଂସ୍ଥା। ଘଟଣାର ତଦନ୍ତ ଚାଲିଛି, ଅଭିଯୋଗ ଆସିଥିବା କର୍ମଚାରୀଙ୍କୁ ତଦନ୍ତ ନ ସରିବା ଯାଏ ଡ୍ୟୁଟିରୁ ହଟାଇ ଦିଆଯାଇଥିବା CRUT କହିଛି।

You might also like