“ଖୁବ୍‌ ଶୀଘ୍ର ଗଡ଼ିବ ‘ମୋ ବସ୍‌’ ”

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ ଶୀଘ୍ର ‘ମୋ ବସ୍‌’ ଚଳାଚଳ କରିବ। କେଉଁ ରୁଟ୍‌ରେ କେତେ ବସ୍‌ ଚଳାଚଳ କରିବ, ସେନେଇ ଆସନ୍ତାକାଲି ଅବଗତ କରାଯିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟର ସିଇଓ ଅରୁଣ ବୋଥ୍ରା କହିଛନ୍ତି।

ସୂଚନାଥାଉ କି, ‘ମୋ ବସ୍’ ଗୁଡ଼ିକ ଏବେ ପ୍ରବାସୀଙ୍କ ନେବା ଆଣିବାରେ ନିୟୋଜିତ ହୋଇଛି।

ତେବେ ‘ମୋ ବସ୍‌’ ଚଳାଚଳ କରିବା ପୂର୍ବରୁ ବସ୍‌ ଗୁଡ଼ିକୁ ସାନିଟାଇଜ୍‌ କରାଯିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ରାଜ୍ୟ ସରକାର ଅନୁମତି ଦେବା ସତ୍ତ୍ୱେ ଆଜି ଘରୋଇ ବସ୍ ଚଳାଚଳ କରିନାହିଁ। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଘରୋଇ ବସ୍ ମାଲିକ ସଂଘର ଦାବି ପ୍ରତି ସରକାର ସଚେତନ ଅଛନ୍ତି। ରୋଡ୍ ଟ୍ୟାକ୍ସ ଛାଡ଼ ପାଇଁ ପ୍ରକ୍ରିୟା ଚାଲିଛି। ଅନ୍ୟ ଦାବି ପ୍ରତି ମଧ୍ୟ ବିଚାର କରାଯାଉଛି। ବସ୍ ଚଳାଚଳ କଲେ ବସ୍‌ଷ୍ଟାଣ୍ଡ୍‌ରେ ସାନିଟାଇଜେସନ କରାଯିବ।

You might also like