ଜୁନ୍ରେ ୮ ଦିନ ଗଡ଼ିବନି ମୋ ବସ୍
ଭୁବନେଶ୍ୱର: ଆସନ୍ତାକାଲି ଓ ରବିବାର ବନ୍ଦ ରହିବ ମୋ ବସ୍ ସେବା। କାଲିଠୁ ଦୁଇଦିନିଆ ସଟଡାଉନ୍ ଆରମ୍ଭ ହେଉଥିବାରୁ ବନ୍ଦ ରହିବ ମୋ ବସ୍ ସେବା। ପୂରା ଜୁନ୍ ମାସ ସାରା ପ୍ରତି ଶନି ଓ ରବିବାର ଏହା ବନ୍ଦ ରହିବ। ମୋ ବସ୍ ଚଳାଚଳ ଦାୟିତ୍ୱ ନେଇଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ-କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥାତ୍ ୮ଦିନ ପାଇଁ ସହରରେ ମୋ ବସ୍ ଚଳାଚଳ ବନ୍ଦ ରହିବ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍ରେ ଚାଲୁଛି ମୋ ବସ୍। ୭ଟି ରୁଟ୍ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରୁଛି।
ତେବେ ଗତକାଲି ସଟ୍ଡାଉନ୍ ସତ୍ତ୍ୱେ ମଧ୍ୟ ବସ୍ ଚଳାଚଳ କରିବ ବୋଲି ଟ୍ୱିଟ୍ କରି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏହାସହ ପ୍ରାଇଭେଟ୍ ଗାଡ଼ି ଓ ଟ୍ୟାକ୍ସି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ଏୟାରପୋର୍ଟକୁ ଚଳାଚଳ କରିପାରିବ ବୋଲି କହିଥିଲା।