ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ପୁରୀ: ବିଶ୍ୱ ପର୍ଯ୍ୟଟନ ଦିବସରେ ଅର୍କକ୍ଷେତ୍ର କୋଣାର୍କକୁ ଗଡ଼ିଲା ‘ମୋ ବସ୍’। ବିଶ୍ୱ ଐତିହ୍ୟ ପର୍ଯ୍ୟଟନସ୍ଥଳୀକୁ ମୋ ବସ୍ ସେବା ଆରମ୍ଭ ହେବା ପରେ ପର୍ଯ୍ୟଟକମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି।

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ଆଜି ସକାଳ ୬ଟା ୩୦ରୁ ବାହାରି କୋଣାର୍କରେ ସକାଳ ୧୦ଟାରେ ପହଞ୍ଚିଥିଲା ମୋ ବସ୍। କୋଭିଡ୍ ଗାଇଡ୍‌ଲାଇନ୍ସକୁ ପାଳନ କରି ଯାତ୍ରୀମାନେ ବସ୍‌ରେ ଯାତ୍ରା କରିଛନ୍ତି।

ସେହିପରି ପୁରୀ ବଡ଼ଦାଣ୍ଡରୁ ଭୁବନେଶ୍ୱର ଅଭିମୁଖେ ମଧ୍ୟ ମୋ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ଏହାପୂର୍ବରୁ କଟକ ଓ ଭୁବନେଶ୍ୱରରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା।

ପୁରୀ ଓ କୋଣାର୍କକୁ ମୋ ବସ୍ ଗଡ଼ିବା ଯୋଗୁ ଅଧିକ ସଂଖ୍ୟାରେ ଯାତ୍ରୀ ଓ ପର୍ଯ୍ୟଟକ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି। ଯାତ୍ରୀଙ୍କ ବଢ଼ୁଥିବା ଚାହିଦା ଓ ଲୋକଙ୍କ ସୁବିଧା ପାଇଁ ମୋ ବସ୍ ସେବା ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

You might also like