ଭୁବନେଶ୍ୱର: ବିଶ୍ୱର ସବୁଠୁ ବଡ଼ ବେଳାଭୂମି ସଫେଇ ଅଭିଯାନ ‘ମୋ ବିଚ୍’ କାର୍ଯ୍ୟକ୍ରମ ଆଜି ପୁରୀରେ ଆୟୋଜିତ ହୋଇଛି। ଅର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ସାରା ବିଶ୍ୱକୁ ଆଜି ପୁରୀରୁ ବାର୍ତ୍ତା ଦିଆଯାଇଛି। ପରିବେଶକୁ ସୁରକ୍ଷା ରଖିବା ସହ ସମୁଦ୍ର ଉପକୂଳକୁ ସ୍ୱଚ୍ଛ ରଖିବାକୁ ବାର୍ତ୍ତା ଦିଆଯାଇଛି।
ଏନେଇ ଜିଲ୍ଲାର ୧୪୦ କିଲୋମିଟର୍ ବେଳାଭୂମିର ଶହେଟି ସ୍ଥାନରେ ୧୦ ହଜାର ସ୍ୱେଚ୍ଛାସେବୀ ଏକାଠି ହୋଇଛନ୍ତି। ଦିଆଯାଇଛି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମାଜିକ କର୍ମୀ, ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି।
ସେହିପରି ‘ମୋ ବିଚ୍’ କାର୍ଯ୍ୟକ୍ରମରେ କୋଣାର୍କ ଚନ୍ଦ୍ରଭାଗା, ଅସ୍ତରଙ୍ଗ ଜାହାନିଆ ଠାରେ ମଧ୍ୟ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଛି। କୋଣାର୍କ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ସଂଗଠନର ସ୍ୱେଚ୍ଛାସେବୀ ବେଳାଭୂମି , ଚନ୍ଦ୍ରଭାଗା ତୀର୍ଥ ପଡ଼ିଆ ଆଦି ସଫେଇ କରିଛନ୍ତି। ବେଳାଭୂମିକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ କୋଣାର୍କ ପ୍ରେସ୍ କ୍ଲବ୍ ପକ୍ଷରୁ ବାଲୁକା କଳା ପ୍ରଦର୍ଶନ କରାଯାଇଥିଲା।
ଅର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବ୍ରହ୍ମଗିରି ବାଲିହରଚଣ୍ଡୀ ବେଳାଭୂମି ସଫେଇ କରାଯାଇଛି।