• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଜଳେଶ୍ୱର( ଅଜିତ୍‌ ଦାସ) : ସରକାରୀ ସ୍କୁଲରେ ବିଧାୟକଙ୍କ ଜନ୍ମଦିନ ପାଳନ। ତାହା ପୁଣି ସ୍କୁଲ ଚାଲିଥିବା ସମୟରେ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା କମର୍ଦାରୁ।

ସୂଚନା ମୁତାବକ, ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଆଜି ୭୯ତମ ଜନ୍ମ ଜୟନ୍ତୀ। ଏଥିପାଇଁ ବିଧାୟକଙ୍କ ଜନ୍ମ ଦିନ ପାଳନ ପାଇଁ ଜୟନ୍ତୀ କମିଟି ଓ ସଚେତନ ନାଗରିକ ମଂଚପକ୍ଷରୁ କମର୍ଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଯେଉଁଥିରେ ବିଧାୟକ ଅନନ୍ତ ଦାସ ଯୋଗ ଦେଇ ଜନ୍ମଦିନ ପାଳନ କରିବା ସହ କେକ୍ କାଟିଥିଲେ।

କାର୍ଯ୍ୟକ୍ରମରେ ଅନେକ ଲୋକ ଯୋଗ ଦେଇ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସମସ୍ତଙ୍କୁ କେକ୍ ମଧ୍ୟ ବଣ୍ଟା ଯାଇଥିଲା।   ତେବେ ସରକାରୀ ସ୍କୁଲ ପରିସରରେ ବିଧାୟକଙ୍କ ଜନ୍ମଦିନ ପାଳନକୁ ବିଜେପି ନିନ୍ଦା କରିଛି। ବିଧାୟକଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମ କିଭଳି ସରକାରୀ ବିଦ୍ୟାଳୟରେ କଲେ ବୋଲି ବିଜେପି ପ୍ରଶ୍ନ କରିଛି।

ସେପଟେ କାର୍ଯ୍ୟକ୍ରମ ସଂପର୍କରେ ଜାଣିନଥିବା ଏବଂ ଏଥିପାଇଁ ଅନୁମତି ଦିଆଯାଇନଥିବା ବିଇଓ କହିଛନ୍ତି।

Mlas-birthday-celebration-in-school
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories