‘ଯୋଜନାର ଅର୍ଥକୁ ସଠିକ୍‌ ଜାଗାରେ ଖର୍ଚ୍ଚ କର’

କୋରାପୁଟ: ବିଜୁ କେବିକେ ଯୋଜନାର ଅର୍ଥକୁ ସଠିକ ଜାଗାରେ ଖର୍ଚ୍ଚ କରିବାକୁ ଦାବି ହୋଇଛି। କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଏ ନେଇ ଦାବି ଉଠାଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି।

ଯେଉଁ ସ୍ଥାନକୁ ସାଧାରଣ ଯୋଜନା ମାଧ୍ୟମରେ ରାସ୍ତା, ବିଜୁଳି ଓ ଜଳ ଭଳି ଅତ୍ୟାବଶ୍ୟକୀୟ ସୁବିଧା ପହଂଚିପାରିନାହିଁ ସେହି କ୍ଷେତ୍ରରେ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଜୁ କେବିକେ ଯୋଜନାର ଅର୍ଥ ଖର୍ଚ୍ଚ ହେବା ଆବଶ୍ୟକ ବୋଲି ତାରାପ୍ରସାଦ ଦାବି କରିଛନ୍ତି।

ସେହିପରି ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାୟକ ସେମାନଙ୍କ ଅଂଚଳରେ ଶୌଚାଳୟ ର୍ନିମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ବିଜୁ କେବିକେ ଯୋଜନାରେ ଅଟକଳ ହୋଇଥିବା ୨୧ କୋଟି ଟଙ୍କାକୁ କେଉଁ କେଉଁ ପ୍ରକଳ୍ପରେ ଖର୍ଚ୍ଚ କରାଯିବ ସେ ନେଇ ବୈଠକରେ ଯୋଜନା ପ୍ରସ୍ତୁତ ହୋଇଛି। ଏଥିସହ ବିଭିନ୍ନ ବିଭାଗ ଦ୍ୱାରା କରାଯାଇଥିବା ୧୨ ଶହ କୋଟି ଟଙ୍କାର ବିଲ୍‌କୁ ଅନୁମୋଦନ ମିଳିଛି।

You might also like