ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ

ବ୍ରଜରାଜନଗର: ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ମ୍ୟୁନିସିପାଲ୍‌ଟି ୪ନମ୍ବର ୱାର୍ଡରେ ଆଜି ଏହି  ଆକ୍ରମଣ ହୋଇଛି। ଗଙ୍ଗାନଗରର ଏକ ବୁଥ୍‌କୁ ଯାଇଥିବା ବେଳେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ବିଜେଡି କର୍ମୀମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କିଛି ବିଜେଡି ନେତା ଭୋଟର୍‌ଙ୍କୁ ତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ପ୍ରଭାବିତ କରୁଥିଲେ। ତେବେ ଏହି ସମୟରେ ରାଧାରାଣୀ ଏହାକୁ ବିରୋଧ କରିଥିଲେ।

ବିଜେଡି ନେତା ଓ କର୍ମୀ ତାଙ୍କ ଉପରେ ଆକ୍ରମଣ କରିବା ସହ ତାଙ୍କ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଥିବା ନେଇ ରାଧାରାଣୀ ଅଭିଯୋଗ ଆଣିଛନ୍ତି। ତାଙ୍କର ଏହି ଅଭିଯୋଗକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ରାଧାରାଣୀ ପଣ୍ଡା ବ୍ରଜରାଜନଗର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

You might also like