ବୃଦ୍ଧା ଭିକାରୁଣୀଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କଲେ ବିଧାୟକ

ଝାରସୁଗୁଡ଼ା  : ବୃଦ୍ଧା ଭିକାରୁଣୀଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କଲେ ବିଧାୟକ। ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକ୍ ଅମନାପାଲି ଗାଁରେ। ଭିକ୍ଷାବୃତ୍ତି କରି ବଞ୍ଚୁଥିବା ଗାଁର ଜଣେ ବୃଦ୍ଧା ଭିକାରୁଣୀଙ୍କ ମୃତ୍ୟୁ ପରେ କେହି ତାଙ୍କ ମୃତଦେହର ଅନ୍ତିମ ସଂସ୍କାର କରିବାକୁ ନଯିବାରୁ କିଛି ସ୍ୱେଚ୍ଛାସେବୀଙ୍କ ସାହାଯ୍ୟରେ ମୃତଦେହକୁ ସଂସ୍କାର କଲେ ରେଙ୍ଗାଲି ବିଧାୟକ ରମେଶ ପଟୁଆ।

ସେ ନିଜେ କାନ୍ଧରେ କୋକେଇ ବୋହି ବୃଦ୍ଧାଙ୍କ ମୃତଦେହକୁ ଗାଁ ପାଖରେ ପୋତିଥିଲେ। ଜନ ପ୍ରତିନିଧିଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

 

You might also like