ଝାରସୁଗୁଡ଼ା: ବିଜେଡିରେ ବିଧିବଦ୍ଧ ଭାବେ ଝାରସୁଗୁଡ଼ା ବିଧାୟକ ନବ ଦାସ ଆଜି ଯୋଗ ଦେଇଛନ୍ତି। ଝାରସୁଗୁଡ଼ାରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ନବ ଦାସ ବିଜେଡିରେ ସାମିଲ ହୋଇଥିଲେ।
ଝାରସୁଗୁଡା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ୮ ଜଣ ସଦସ୍ୟ, ୫ଟି ବ୍ଲକ୍ର ସମସ୍ତ କଂଗ୍ରେସ ଅଧ୍ୟକ୍ଷ, ଅଧ୍ୟକ୍ଷା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।
ଗତ ଜାନୁଆରୀ ୧୬ ତାରିଖ ଦିନ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଜେଡିରେ ଯୋଗ ଦେବାନେଇ ଚର୍ଚ୍ଚା ହେଉଥିଲା।