ବିଧାୟକଙ୍କ ହାତ ପାଣ୍ଠି ୨ ବର୍ଷ ସ୍ଥଗିତ ରଖାଯାଉ-ବିରୋଧୀ ଦଳ ନେତା

ଭୁବନେଶ୍ୱର: ରାଜ୍ୟର ସବୁ ବିଧାୟକଙ୍କ ହାତ ପାଣ୍ଠି ବା ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ ୨ ବର୍ଷ ପାଇଁ ସ୍ଥଗିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କରୋନା ମୁକାବିଲା ପାଇଁ ସାରା ଦେଶ ଏକ ମନ ଏକ ପ୍ରାଣରେ ଲଢେଇ କରୁଛି ।

ଦେଶ ଓ ରାଜ୍ୟର ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଲୋକ ପ୍ରତିନିଧିମାନଙ୍କ ବଡ଼ ଭୂମିକା ରହିଛି। ତେଣୁ ରାଜ୍ୟର ସବୁ ବିଧାୟକଙ୍କ ବିଧାୟକ ହାତ ପାଣ୍ଠି ବା ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ ୨ ବର୍ଷ ପାଇଁ ସ୍ଥଗିତ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ବିଧାୟକ ଓ ମନ୍ତ୍ରୀ ମାନଙ୍କ ଦରମା ଅନ୍ୟୂନ ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ କରିବାକୁ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

କାଲି କେନ୍ଦ୍ର ସରକାର ସାଂସଦ ମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି । କେନ୍ଦ୍ରର ଏହି ବ୍ୟବସ୍ଥା ରାଜ୍ୟରେ ଅନୁରୂପ ଭାବେ ଲାଗୁ ହେଉ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ଏହି ଟଙ୍କା କରୋନା ମୁକାବିଲା ପାଇଁ ସରକାର ଖର୍ଚ୍ଚ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି

You might also like