କଂଗ୍ରେସର ହାତ ଧରିଲେ ସ୍ୱାଧୀନ ବିଧାୟକ ଜର୍ଜ ତିର୍କି

ଭୁବନେଶ୍ୱର : କଂଗ୍ରେସର ହାତ ଧରିଛନ୍ତି ବୀରମିତ୍ରପୁର ସ୍ୱାଧୀନ ବିଧାୟକ ଜର୍ଜ ତିର୍କି। ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଜର୍ଜ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ଏହାସହ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ପରାମର୍ଶଦାତା ଲଳିତ ମୋହନ ପଟ୍ଟନାୟକ ପ୍ରମୁଖ କଂଗ୍ରେସରେ ସାମିଲ ହୋଇଛନ୍ତି।

ଏହାଛଡ଼ା ଅନ୍ୟ ଚାରି ଜଣ ସମାଜସେବୀ କଂଗ୍ରେସରେ ମିଶିଛନ୍ତି। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରି ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

You might also like