ଇସ୍ତଫା ଦେଲେ ଦିଲୀପ ରାୟ

ଭୁବନେଶ୍ୱର: ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲୀପ ରାୟ। ସେ ବିଜେପି ଟିକେଟ୍‌ରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଇସ୍ତଫାପତ୍ରକୁ ବାଚସ୍ପତି ଗ୍ରହଣ କରିଛନ୍ତି।

ତେବେ ବିଜେପିରୁ ମଧ୍ୟ ଇସ୍ତଫା ଦେଇଥିବା ନେଇ ଜଣାପଡ଼ିଛି। ଏଥିସହ ଅାସନ୍ତା ୨୦୧୯ ବିଧାନସଭା ନିର୍ବାଚନରେ ରାଉରକେଲାରୁ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି।

ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ, IGHକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ନେଇ କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ସେ ଅସନ୍ତୁଷ୍ଟ ଥିଲେ।

ବିଶେଷ କରି ଖୋଦ୍ ପ୍ରଧାନମନ୍ତ୍ରୀ ରାଉରକେଲା ଆସିଥିବା ବେଳେ  ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇ ନ ଥିବାରୁ ଦିଲୀପ କ୍ଷୋଭ ପ୍ରକାଶ କରିବା ସହ ବ୍ୟକ୍ତିଗତ ଭାବେ ମୋଦିଙ୍କୁ ଭେଟି ଦାବି ମଧ୍ୟ ଜଣାଇଥିଲେ।

You might also like