ମହିଳାଙ୍କୁ କାନ୍ଧରେ ବୋହି ଡାକ୍ତରଖାନା ଆଣିଲେ ବିଧାୟକ

ନବରଙ୍ଗପୁର: ରାସ୍ତା ନାହିଁ। ଆମ୍ବୁଲାନ୍ସ ଆସିପାରୁନି। କାନ୍ଧରେ ବୁହା ହେଉଛନ୍ତି ରୋଗୀ..ଏପରି ଘଟଣା ଦୃଶ୍ୟ ଓଡ଼ିଶାର ଦୁର୍ଗମ ଇଲାକାରେ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି । ରୋଗୀଙ୍କୁ କେତେବେଳେ ପରିବାର ଲୋକ ବୋହି ଆଣୁଛନ୍ତି ତ କେତେବେଳେ ଗାଁ ଲୋକ। ହେଲେ ନିକଟରେ ଜଣେ ଗର୍ଭବତୀଙ୍କୁ କାନ୍ଧରେ ବୋହି ଆଣିଛନ୍ତି ବିଧାୟକ। ଆଉ ସେ ହେଉଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ।

ପାପଡ଼ାହାଣ୍ଡିର ଉପାନ୍ତ ଜଙ୍ଗଲ ଭିତରକୁ ଯାଇଥିଲେ ବିଧାୟକ। ତେବେ ସ୍ଥାନୀୟ ଅଞ୍ଚଳରେ ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପାହାଡ଼ିଆ ରାସ୍ତା ହୋଇଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଏହି ସମୟରେ ଖୋଦ୍ ବିଧାୟକ ଓ ଅନ୍ୟ ଲୋକେ ମହିଳାଙ୍କୁ ଭାରରେ ବୋହି ଆଣିଥିଲେ। ପ୍ରାୟ ୬ କିଲୋମିଟର୍ ଯାଏ ବୋହି ଆଣିବା ପରେ ନିଜ କାରରେ ପାପଡ଼ାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେବାପରେ ମନୋହରଙ୍କୁଏବେ ବିଭିନ୍ନ ମହଲରୁ ଛୁଟୁଛି ପ୍ରଂଶସାର ସୁଅ।

ଆହୁରି ପଢ଼ନ୍ତୁ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

You might also like