ବିଧାୟକ ଅମର ଶତପଥୀଙ୍କ ଡ୍ରାଇଭର ଓ PSOଙ୍କୁ କରୋନା

ଭୁବନେଶ୍ୱର: ବିଧାୟକ ଅମର ଶତପଥୀଙ୍କ ଡ୍ରାଇଭର ଓ ପିଏସ୍ଓଙ୍କ ସମେତ ୪ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବିଧାୟକ ନିଜେ ଏହି ସୂଚନା ଦେଇଛନ୍ତି।

ତେବେ ବିଧାୟକ, ତାଙ୍କ ପତ୍ନୀ ଓ ପୁଅଙ୍କ ସ୍ୱାବ୍ ରିପୋର୍ଟ ନେଗେଟିଭ ଆସିଛି। ଏହସତ୍ତ୍ୱେ ହୋମ୍‌ ଆଇସୋଲେସନ୍‌ରେ ରହିବେ ବୋଲି ବିଧାୟକ କହିଛନ୍ତି।

ଅନ୍ୟପକ୍ଷରେ, ଓଡ଼ିଶାରେ ୧,୦୬୮ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୦୬  ରହିଛି।

 

You might also like