୧୫ରୁ ଖୋଲିବ ଏମ୍‌କେସିଜି OPD

ବ୍ରହ୍ମପୁର: ଆସନ୍ତା ୧୫ରୁ ଖୋଲିବ MKCG OPD। ଅଗଷ୍ଟ ୧୫ ତାରିଖରୁ MKCG ମେଡିକାଲ୍‌ କଲେଜର ଜେନରାଲ OPD ଖୋଲିବା ନେଇ  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

ଲୋକେ ମେଡିକାଲ୍‌ ଆସିବା ବେଳେ OPDରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ମାନିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣ ଆଶଙ୍କାରେ ଗତ ମାସରୁ ଜିଲ୍ଲା ପ୍ରଶାସନ ପକ୍ଷରୁ  MKCG ଜେନରାଲ OPDକୁ ବନ୍ଦ କରି ଦିଆଯାଇଥିଲା।

ଦୀର୍ଘ ଦିନ ଧରି OPD ବନ୍ଦ ରହିବା ଫଳରେ ରୋଗୀସେବା ବାଧାପ୍ରାପ୍ତ ହେବାରୁ ଏହାକୁ ଖୋଲିବା ନେଇ ସାଧାରଣରେ ଦାବି ଉଠିଥିଲା।

You might also like