ଦାଉ ସାଧିଛି ଦଇବ; ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ଡାହାଣ ହାତ

ରାୟଗଡ଼ା: ଦୁନିଆକୁ ଜାଣିବା ଆଗରୁ ପର କରି ଚାଲିଗଲେ ବାପା ମାଆ। ଆଉ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହେବାକୁ ଉଦ୍ୟମ କରିବା ବେଳକୁ ଦଇବ ଦାଉ ସାଧିଲା। ଆଉ ଅସ୍ୱାଭାବିକ ଭାବେ ବଢ଼ି ଚାଲିଲା ଡାହାଣ ହାତ। ଏମିତି ଦୁର୍ଦ୍ଦଶା ଭୋଗି ସପ୍ତମ ଶ୍ରେଣୀରେ ପାଠ ପଢ଼ାରେ ଡୋରି ବନ୍ଧାହେଲା। ଏହି କରୁଣ କାହାଣୀ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ପେରୁପାଙ୍ଗ ଗାଁର ୧୯ ବର୍ଷୀୟ ମିତା ଶବରଙ୍କର।

ଯେଉଁ ହାତରେ ନିଜ ଭାଗ୍ୟ ଗଢିଥାନ୍ତେ, ସେହି ହାତ ଏବେ ତାଙ୍କ ପାଇଁ ବଇରି ସାଜିଛି। ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ଡାହାଣ ହାତ। ଏମିତି ଅବସ୍ଥା ଯେ, ଚାଲିବା ବୁଲିବା ବି କଷ୍ଟସାଧ୍ୟ ହୋଇପଡ଼ୁଛି। ବାପା ମାଆ ଛେଉଣ୍ଡ ମିତାଙ୍କର ଏବେ ଲାଳନ ପାଳନ ଦାୟିତ୍ୱ ତାଙ୍କ ବଡ଼ ଭଉଣୀଙ୍କ ନେଇଛନ୍ତି। ଅନ୍ୟ ପିଲାଙ୍କ ଭଳି ସ୍ୱପ୍ନ ଥିଲା ପାଠ ପଢ଼ିବେ। ହେଲେ ଡାହାଣ ହାତ ଦିନକୁ ଦିନ ବଢୁଥିବାରୁ ସପ୍ତମ ଶ୍ରେଣୀରୁ ପାଠପଢାରେ ଡୋରି ବନ୍ଧା ହେଲାଣି।

ମିତାଙ୍କ ବଡ଼ ଭଉଣୀ ମୂଲ ଲାଗି ଆର୍ଥିକ ଅନଟନ ଭିତରେ ପରିବାର ଚଳାଉଛନ୍ତି। ମିତାଙ୍କ ଚିକିତ୍ସା ପାଇଁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନା ନେଇଥିଲେ। ହେଲେ ଅପରେସନ୍ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିପାରିଲେ ନାହିଁ। ପ୍ରଶାସନିକ ଅଧିକାରୀଙ୍କ ପାଖରେ ଗୁହାରି ପରେ ରେଡ଼୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମିଳିଛି। କିନ୍ତୁ ସରକାରଙ୍କ ପକ୍ଷରୁ ଅଧିକ ଆର୍ଥିକ ସହାୟତା ମିଳିଲେ ମିତାଙ୍କର ଅପରେସନ୍ ହୋଇପାରିବ।

ତେବେ ପାଠ ପଢି ବଡ଼ ମଣିଷ ହେବାର ସ୍ୱପ୍ନ ରଖିଥିବା ମିତାଙ୍କର କେବେ ହେବ ଅପରେସନ୍। ଆଉ କେବେ ସ୍ୱଭାବିକ ଭାବେ ଜୀବନ ଜିଇଁବେ, ସେହି ସମୟକୁ ସମସ୍ତଙ୍କର ଅପେକ୍ଷା।

(ଗୁଣୁପୁରରୁ ଇନ୍ଦ୍ରଜିତ୍ ପଣ୍ଡାଙ୍କ ରିପୋର୍ଟ)

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like