ଗଂଜାମରେ ‘ମିଶନ ଜିରୋ ଆକ୍ଟିଭ କେସ୍’ ଆରମ୍ଭ

ବ୍ରହ୍ମପୁର:  ଗଂଜାମରେ ଆରମ୍ଭ ହୋଇଛି ମିଶନ ଜିରୋ ଆକ୍ଟିଭ କେସ୍।  ଗଂଜାମରେ କରୋନା ମୁକାବିଲା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଏହି ସୂଚନା ଦେଇଛନ୍ତି। ଏବେ ଦୈନିକ ୯ରୁ ୧୦ ହଜାର ସାମ୍ପଲ ଟେଷ୍ଟ କରାଯାଉଛି। ଅନେକ ଦିନ ପରେ ଗଞ୍ଜାମରେ ପଜିଟିଭ ସଂଖ୍ୟା ଆଜି ୨ଶହ ତଳକୁ ଖସିଛି। ଆଗକୁ ଆହୁରି କମିବ ବୋଲି ଜିଲ୍ଲାପାଳ ପ୍ରେସମିଟ୍‌ରେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଗଂଜାମ ଜିଲ୍ଲାରେ ଆରୋଗ୍ୟ ହାର ୮୭ ପ୍ରତିଶତକୁ ବୃଦ୍ଧି ପାଇଛି। ଏବେ ଜିଲ୍ଲାରେ ଆକ୍ଟିଭ କେସ୍ ୧୯ ଶହ ୩୫ ରହିଛି। ଜିରୋ ଆକ୍ଟିଭ କେସ୍ ନେଇ ନୂଆ ମିଶନ ଆରମ୍ଭ ହୋଇଥିବା କହିଛନ୍ତି ବିଜୟ ଅମୃତା କୁଲାଙ୍ଗେ।  ଏବେ ପୁଣି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଆକ୍ରାନ୍ତଙ୍କୁ ଖୋଜା ଚାଲିଛି। ନୂଆ ସଂକ୍ରମଣ ରୋକିବା ଏବେ ମୁଖ୍ୟ ଲକ୍ଷ୍ୟ। ଏପର୍ଯ୍ୟନ୍ତ ୪୨ ଜଣ ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇଛି ଏବଂ ସମସ୍ତେ ଭଲ ଅଛନ୍ତି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like