୩ଦିନ ପୂର୍ବରୁ ଅପହରଣ ହୋଇଥିବା ଯୁବକଙ୍କ ମିଳିଲା ମୃତଦେହ

ଢେଙ୍କାନାଳ: ଢେଙ୍କାନାଳରେ ୩ ଦିନ ପୂର୍ବରୁ ଅପହରଣ ହୋଇଥିବା ଯୁବକଙ୍କ ମୃତଦେହ ମିଳିଛି। ଆଜି ସକାଳେ ବନମାଳୀପ୍ରସାଦର ଏକ କାଜୁ ଜଙ୍ଗଲରୁ ମୃତଦେହ ମିଳିଛି।

ଯୁବକ ଜଣକ ଗତ ୩ ତାରିଖରୁ ନିଖୋଜ ଥିଲେ। ନିଖୋଜ ହେବା ପରଦିନ ତାଙ୍କ ପରିବାର ଲୋକଙ୍କୁ ଅଜଣା ଫୋନ୍‌ କଲ ଆସିଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ମୁକ୍ତ କରିବାକୁ ଅଜଣା ଦୁର୍ବୃତ୍ତ ୨ ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଅପହରଣ ପରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

 

You might also like