ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସମ୍ୱଲପୁର: ସମ୍ୱଲପୁର ମଣ୍ଡଳ କାରାଗାର ନିକଟ ଡ୍ରେନ୍‌ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ  ଟିକେଲାଲ୍‌ ଭୋଇ। ତାଙ୍କ ଘର ମୋତିଝରଣ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଗତ ତିନି ଦିନ ହେବ ସେ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ  ଧନୁପାଲି ଥାନାରେ ଏତଲା ଦେଇଥିଲେ। ଆଜି ତାଙ୍କର କ୍ଷତାକ୍ତ ମୃତଦେହ ମିଳିଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ, ପରିବାର ଲୋକଙ୍କ ଏତଲାକୁ ନେଇ ଧନୁପାଲି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

You might also like