ନିଖୋଜ ହେବାର ୨୪ ଘଣ୍ଟା ପରେ ମିଳିଲେ ଛାତ୍ରୀ

ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଅାଲ ମନୋଭାବକୁ ଦାୟୀ କଲେ ଲୋକ

କୋରାପୁଟ  : ସ୍କୁଲରୁ ନିଖୋଜ ହେବାର ୨୪ ଘଣ୍ଟା ପରେ ମିଳିଲା ଛାତ୍ରୀ। କୋରାପୁଟ ସହରର ଏକ ପ୍ରାଥମିକ ସ୍କୁଲରୁ ନିଖୋଜ ଥିବା ଛାତ୍ରୀଙ୍କୁ ଉଦ୍ଧାର କରି ପୁଲିସର ଜିମା ଦେଇଛନ୍ତି ଜଣେ ଅାଦିବାସୀ ମହିଳା। ପିଲାଟି ସ୍କୁଲରେ ଝାଡ଼ା କରିଦେବାରୁ ତାକୁ ଘରକୁ ଯିବାକୁ ସ୍କୁଲ କର୍ତ୍ତୃପକ୍ଷ କହିଥିଲେ ।

ତେବେ ଘରକୁ ନ ଯାଇ ଛାତ୍ରୀ କେଉଁ ଅାଡେ ଚାଲିଯାଇଥିଲା । ରାସ୍ତାରେ ବସି କାନ୍ଦୁଥିବା ବେଳେ ଜଣେ ଅାଦିବାସୀ ମହିଳା ଛାତ୍ରାୀଙ୍କୁ ଉଦ୍ଧାର କରି ପୁଲିସର ଜିମା ଦେଇଥିଲେ। ଘଟଣାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ବେପରୁଅା ମନୋଭାବକୁ ଦାୟୀ କରିଛନ୍ତି ତାଙ୍କ ଅଭିଭାବକ ।

ସ୍କୁଲରେ ପାଇଖାନା ଥିବା ସତ୍ତ୍ୱେ କିଭଳି ଛାତ୍ରୀଙ୍କୁ ଶିକ୍ଷକ ଘରକୁ ଯିବାକୁ କହିଲେ ସେ ନେଇ ପ୍ରଶ୍ନ ଉଠିଛି। ସେପଟେ ଅାଦିବାସୀ ମହିଳାଙ୍କ ଏଭଳି କାମକୁ ନେଇ ଥାନା ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

You might also like