ପ୍ରତାପ ଷଡ଼ଙ୍ଗୀଙ୍କ ବିଷୟରେ ଅପପ୍ରଚାରକୁ ବିରୋଧ କରି ଥାନାରେ ଏତଲା ଦେଲା ବିଜେପି

ବାଲେଶ୍ୱର: ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର ଓ ସୋସିଆଲ ମିଡିଆରେ ଅପପ୍ରଚାରକୁ ବିରୋଧ କରି ଜିଲ୍ଲା ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

ବାଲେଶ୍ୱର ଷ୍ଟେସନ ଛକ ଓ ସହରର ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ମରାଯାଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ସୋସିଆଲ ମିଡିଆରେ ଏହାକୁ ଅପଲୋଡ୍ କରିଥିବା ଏତଲାରେ ଦର୍ଶାଯାଇଛି। ଏଭଳି ଅପପ୍ରଚାର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦଙ୍କ ସମ୍ମାନହାନୀ କରୁଥିବା ଦର୍ଶାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି।

ତେବେ ଖୋଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ମୁଁ କେବଳ ବାଲେଶ୍ୱରର ସାଂସଦ ନୁହେଁ, ଭାରତର ମନ୍ତ୍ରୀ। ଭୀରୁମାନେ ଏଭଳି କରନ୍ତି। ତେଣୁ ଏହାକୁ ଖାତିର କରେନି ବୋଲି ସେ ଜବାବ ଦେଇଛନ୍ତି। ତେବେ କଂଗ୍ରେସ ଏଭଳି ପୋଷ୍ଟର ମାରିନାହିଁ ବୋଲି ଦଳର ନେତା କହିଛନ୍ତି।

You might also like