ASIକୁ ରିପୋର୍ଟ ମାଗିଲା ଶ୍ରୀମନ୍ଦିର ପ୍ରଶାସନ, ସତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ ଘଟଣାରେ ASIକୁ ରିପୋର୍ଟ ମାଗିଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଗୁରୁତ୍ୱପୂର୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏନେଇ କ୍ରିଷନ କୁମାର ସେ କହିଛନ୍ତି ପଦ୍ମପାଖୁଡ଼ା ଗାଏବ ନେଇ ଅଭିଯୋଗ ପରେ ASIକୁ ଏହାର ଫଟୋ ମଗାଯାଇଥିଲା। ASI ଶ୍ରୀମନ୍ଦିର ପ୍ରଶାସନ ନିକଟରେ କିଛି ଫଟୋ ଦାଖଲ କରିଛିି। ତେବେ ଏ ସମ୍ପର୍କରେ ଖୁବଶୀଘ୍ର ଏକ ରିପୋର୍ଟ ଦେବାକୁ ASIକୁ ନିର୍ଦ୍ଦେଶ ଦିଆଯାଇଛି।

ରିପୋର୍ଟ ମିଳିବା ପରେ ଅନୁଧ୍ୟାନ କରାଯିବ ଏବଂ ସେଭଳି କିଛି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେପଟେ ଗର୍ଭଗୃହ ଏବଂ ରତ୍ନସିଂହାସନରେ ଏଭଳି କିଛି ଅଘଟଣକୁ ଏଡ଼ାଇବାକୁ ଏହାର ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟେସନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ସେ ଆହୁରି କହିଛନ୍ତି- “ସେହିପରି ମହାମାରୀ କରୋନା ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଏହାର ପ୍ରଭାବ ସେବାୟତଙ୍କ ଜୀବିକା ଉପରେ ପଡ଼ିଛି। ସେମାନଙ୍କୁ ଆର୍ଥିକ ସହାୟତା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏପରିକି ଦୁଇଟି କିସ୍ତିରେ ସହାୟତା ପ୍ରଦାନ କରାଯାଇଛି। ଆଜି ବସିଥିବା ବୈଠକରେ ଜୁଲାଇ ଓ ଅଗଷ୍ଟ ମାସର କିସ୍ତି ଉପରେ ଆଲୋଚନା ହୋଇଛି। ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ମହାପ୍ରଭୁଙ୍କ ସେବାରେ ନିୟୋଜିତ ଗରିବ ସେବାୟତଙ୍କୁ ମିଳିବ ଘର। ଗରିବ ସେବାୟତଙ୍କୁ ଚିହ୍ନଟ ପାଇଁ ଆଉଥରେ ଗଣନା ହେବ। ଗରିବ ସେବାୟତଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ପ୍ରଶାସନ ଘର ଯୋଗାଇବ।”

ଆହୁରି ପଢ଼ନ୍ତୁ

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

You might also like