• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବାଲେଶ୍ୱର: ପରୀ ନିଖୋଜ ଓ ମୃତ୍ୟୁର ଦୁଃଖ ମନରୁ ଲିଭିନି। ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ।  ଗାଁ ଦାଣ୍ଡରେ ଖେଳୁଥିବାବେଳେ ଜଣେ ୭ ବର୍ଷର ଶିଶୁକନ୍ୟା ନିଖୋଜ ହୋଇଯାଇଥିଲା। ଆଜି ତାହାର ମୃତଦେହ ଉଦ୍ଧାର କରିଛି ପୋଲିସ।
ମୃତ ନାବାଳିକାର ନାଁ ବିଷ୍ଣୁପ୍ରୟା।  ବାଲିଆପାଳ ଥାନା ସୁନ୍ଦରକୋଇଲି ଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ମିଳିଛି। ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରିୟା ଓରଫ ନେଉଳି ଗତ ଶୁକ୍ରବାର ଠାରୁ ନିଖୋଜ ହୋଇଯାଛି। ବିଷ୍ଣୁପ୍ରିୟା ନିଜ ଗାଁରେ ମାମୁଙ୍କ ଘରେ ରହି ପାଠ ପଢୁଥିଲା।

କ୍ରବାର ସକାଳ ୯ଟାରେ ନିଜ ସାଙ୍ଗ ମାନଙ୍କ ସହ ମିଶି ଖେଳୁଥିଲା ବିଷ୍ନୁପ୍ରିୟା। ବହୁ ସମୟ ପର୍ଯ୍ୟନ୍ତ ବିଷ୍ଣୁପ୍ରିୟା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କେଉଁଠି ପାଇ  ନ ଥିଲେ। ପରେ ବିଷ୍ନୁପ୍ରିୟାର ମାମୁ ଘର ଏବଂ ପରିବାର ଲୋକେ ମିଶି ଖୋଜାଖୋଜି କରିଥିଲେ ମଧ୍ୟ ଏଯାଏଁ ତାର କୌଣସି ପତ୍ତା ମିଳି ନ ଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପଞ୍ଚାୟତ ସରପଞ୍ଚ ଆଖପାଖ ଅଞ୍ଚଳରେ ମାଇକରେ  ବିଷ୍ନୁପ୍ରିୟାର ନିଖୋଜ ଖବର ପ୍ରଚାର କରିଥିଲେ। ଶେଷରେ ତାହାର ମୃତଦେହ ଉଦ୍ଧାର କରାଯାଇଛି

Missing-minor-girls-dead-body-found-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories